ରାଜ୍ୟରେ ବ୍ୟାଙ୍କିଙ୍ଗ୍ ସୁବିଧା ନଥିବା ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବ୍ୟାଙ୍କିଙ୍ଗ ସୁବିଧା ନଥିବା 4373ଟି ପଞ୍ଚାୟତରେ ବ୍ୟାଙ୍କିଙ୍ଗ ଆଉଟଲେଟ୍ ଖୋଲିବା ପ୍ରସ୍ତାବକୁ ମଂଜୁରୀ ମିଳିଛି । ଏଥିପାଇଁ ସରକାର 6ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ 5 କୋଟି ଟଙ୍କାର ସହାୟତା ପ୍ରଦାନ କରିବେ । 2023-24 ଆର୍ଥିକବର୍ଷରେ ଏ ସମସ୍ତ ପଞ୍ଚାୟତରେ ଲୋକଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ମିଳିପାରିବ ବୋଲି କୁହାଯାଇଛି । ରାଜ୍ୟ ସରକାର ସଂପୃକ୍ତ ବ୍ୟାଙ୍କଗୁଡିକୁ ପଞ୍ଚାୟତ ଶାଖା ଖୋଲିବା ପାଇଁ ମାଗଣାରେ ଗୃହ ଏବଂ ତିନିବର୍ଷ ପାଇଁ ଆବଶ୍ୟକ ହେଉଥିବା ଖର୍ଚ୍ଚ ପ୍ରଦାନ କରାଯିବ । ଏବେ ରାଜ୍ୟରେ ଥିବା ମୋଟ 6798ଟି ପଞ୍ଚାୟତ ମଧ୍ୟରୁ 4373 ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ନ ଥିବାରୁ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ଗର୍ଭବତୀ ମହିଳା ଇତ୍ୟାଦି ହିତାଧିକାରୀମାନେ ସରକାରୀ ସୁବିଧା ସୁଯୋଗ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ପ୍ରତି ପଞ୍ଚାୟତକୁ ବ୍ୟାଙ୍କିସୁବିଧା ସ୍ରସ୍ତାବ ସମେତ ମୋଟ ୧୯ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

LEAVE A REPLY

Please enter your comment!
Please enter your name here