ମମିତା ମେହେର ମାମଲାରେ ପୋଲିସକୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ମମିତାକୁ ହତ୍ୟା କରିବା ପରେ ଶବ ପୋଡିବା ପାଇଁ ଗୋବିନ୍ଦ ସାହୁ ବ୍ୟବସାୟୀ ବିବେକ ଅଗ୍ରଓ୍ୱାଲ ଠାରୁ ଦୁଇଟି ପୁରୁଣା ଟାୟାର ଆଣିଥିଲା । ବିବେକ ଅଗ୍ରଓ୍ୱାଲର ବୟାନ 161ରେ ରେକର୍ଡ କରାଯାଇଛି । ବିବେକ କହିବା କଥା, ଗତ ଅକ୍ଟୋବର 8 ତାରିଖ ଦିନ ସାଢେ ବାରଟାରେ ଗୋବିନ୍ଦ ସାହୁ ତାଙ୍କୁ ଫୋନ୍ କରି ଦୁଇଟି ପୁରୁଣା ଟାୟାର ଦେବାକୁ କହିଥିଲା । ଟାୟାର ଆଣିବା ପାଇଁ ଗୋବିନ୍ଦ ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀକୁ ପଠାଇଥିଲା ଏବଂ ଅପରାହ୍ନ ସାଢେ ତିନିଟାରେ ସେ ଟାୟାର ନେଇଥିଲା । ପରେ ବିବେକ ଜାଣିବାକୁ ପାଇଥିଲା, ମମିତାର ମୃତଦେହ ପୋଡିବା ପାଇଁ ଗୋବିନ୍ଦ ସାହୁ ଟାୟାର ନେଇଥିଲା ।
ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପୋଲିସ ଜବତ ସାମଗ୍ରୀକୁ ପରୀକ୍ଷା ପାଇଁ ଫରେନସିକ ଲାବ୍ ପଠାଇଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି, ଗୋବିନ୍ଦ ସାହୁର ଚୁଟି, ରକ୍ତଭିଜା ସାମଗ୍ରୀ, ବ୍ୟାଗ୍ ବଳି 77ଟି ସାମଗ୍ରୀ ।

LEAVE A REPLY

Please enter your comment!
Please enter your name here