ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ କୁମାର ବେହେରାଙ୍କ ଅମାପ ସମ୍ପତ୍ତିର ଖୋଲୁଛି ପେଡି । ଯେତେ ଖୋଳତାଡ ହେଉଛି ସମ୍ପତ୍ତି ବାହାରିବାରେ ଲାଗିଛି । ଏବେସୁଦ୍ଧା ତାଙ୍କ ଠାରୁ ପ୍ରାୟ ୭ କୋଟିର ଆୟବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରେସ୍ ନୋଟରେ ଉଲ୍ଲେଖ ରହିଛି ଯେ, ପ୍ରସନ୍ନଙ୍କ ଠାରୁ ୬ କୋଟି ୯୭ ଲକ୍ଷ ୧୫ ହଜାର ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠାବ ହୋଇଛି । ଆୟ ଠାରୁ ପ୍ରାୟ ୨୨୧ ଗୁଣା ଅଧିକ ସମ୍ପତ୍ତି ଠୁଳ କରିଛନ୍ତି । ଭିଜିଲାନ୍ସ ପକ୍ଷରୁ ପଚରାଉଚରାବେଳେ ବିପୁଳ ସମ୍ପତ୍ତି ଠୁଳ ନେଇ ସନ୍ତୋଷ ଜନକ ଉତ୍ତର ସେ ଦେଇପାରିନାହାଁନ୍ତି । ଆୟବର୍ହିଭୂତ ସମ୍ପତ୍ତି ସ୍ପଷ୍ଟ ହେବା ପରେ ପ୍ରସନ୍ନ ଏବଂ ତାଙ୍କ ପତ୍ନୀଙ୍କ ସମେତ ପରିବାର ସଦସ୍ୟଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଏଥିସହ ପ୍ରସନ୍ନ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯିବ ବୋଲି ଭିଜିଲାନ୍ସ ଡିଜି ଜସୱନ୍ତ ଜେଠୱା ସୂଚନା ଦେଇଛନ୍ତି । ପ୍ରସନ୍ନଙ୍କ ସମ୍ପତ୍ତି ନେଇ ଆହୁରି ଅଧିକ ଖୋଳତାଡ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here