ଘରୋଇ ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର 545 କୋଟି ଟଙ୍କା ରଖାଯିବା ପଛରେ ବଡଧରଣର କିକ୍ ବ୍ୟାକ୍ କାରବାର ହୋଇଥିବାର ଗନ୍ଧ ବାହାରିଲାଣି I କେଉଁଭଳି ପରିସ୍ଥିତିରେ ଘରୋଇ ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଲେ ଏବଂ ଶ୍ରୀମନ୍ଦିରର ଟଙ୍କା ରଖିବା ପାଇଁ ୟେସ୍ ବ୍ୟାଙ୍କ ଅଧିକାରୀମାନେ କାହାକୁ କି ପ୍ରକାର ଲାଞ୍ଚ ଦେଇଥିଲେ, ତାହାର ଖୋଳତାଡ କରିବାକୁ ଦାବି ଜୋର୍ ଧରିଲାଣି I ଘରୋଇ ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ନିଷ୍ପତ୍ତି ନେବା ପଛରେ ଦାୟୀ ପରିଚାଳନା କମିଟି ସଦସ୍ୟ ଓ ସରକାରୀ ବାବୁଙ୍କ ବିରୋଧରେ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି , ସେନେଇ ସନ୍ଦେହ ସୃଷ୍ଟି ହେଲାଣି I ବିଜୟ ମହାପାତ୍ର ଓ କଂଗ୍ରେସ ନେତା ନରସିଂହ ମିଶ୍ର ସରକାରଙ୍କ ଆନ୍ତରିକତା ନେଇ ସନ୍ଦେହ କରିବା ସହ 2015ରେ ଏଜି ଦେଇଥିବା ରିପୋର୍ଟ ଅନୁଯାୟୀ କାହିଁକି ସରକାର ପଦକ୍ଷେପ ନେଲେନି ବୋଲି ପ୍ରଶ୍ନ କରିଛନ୍ତି I ସରକାରଙ୍କ ନିରବତା ସ୍ପଷ୍ଟ କରୁଛି, ଘରୋଇ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ରଖିବା ପଛରେ ହୋଇଥିବା କାରବାରରେ ବହୁ ବଡପଣ୍ଡାଙ୍କ ହାତ ରହିଛି I ଶ୍ରୀମନ୍ଦିର ଟଙ୍କା କେମିତି ଫେରିବ, ସରକାର ଯଦିଓ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରିଛନ୍ତି, କିନ୍ତୁ କାହା ପାଇଁ ଶ୍ରୀମନ୍ଦିର ଟଙ୍କା ଘରୋଇ ୟେସ ବ୍ୟାଙ୍କ ଆକାଉଣ୍ଟକୁ ଗଲା, ସେସଂପର୍କରେ ନିରବ ରହିଛନ୍ତି I ସରକାର ନିଜ ଗୋହି ନିଜେ ଖୋଳିବାକୁ ଚେଷ୍ଟା କରୁନାହାଁନ୍ତି I ସେଥିପାଇଁ ତଦନ୍ତ ଦାୟିତ୍ବ ଇଡିକୁ ଦେବାକୁ ଦାବି ହେଉଛି I

LEAVE A REPLY

Please enter your comment!
Please enter your name here