ରିଲାଏନ୍ସ କମ୍ୟୁନିକେଶନର ଚେୟାରମ୍ୟାନ ଅନିଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟଙ୍କ ଶକ୍ତ ଝଟକା ଲାଗିଛି. ଏରିକ୍ସନ ଦ୍ୱାରା ଦାଖଲ ହୋଇଥିବା ପିଟିସନର ଶୁଣାଣି ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ କରିଛନ୍ତି. ଯେଉଁଥିରେ 453 କୋଟି ଟଙ୍କା ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି. ଏହାସହ ଯଦି ଆସନ୍ତା ଚାରି ସପ୍ତାହ ମଧ୍ୟରେ ଅମ୍ବାନୀ ଏହି ଟଙ୍କା ପୈଠ ନ କରନ୍ତି ତାହେଲେ ତାଙ୍କୁ ତିନି ମାସ ପାଇଁ ଜେଲ ଯିବାକୁ ପଡିବ ବୋଲି ମଧ୍ୟ କୋର୍ଟ କହିଛନ୍ତି. ଏ ସବୁ ଛଡା କୋର୍ଟ ରିଲାଏନ୍ସର ଦୁଇଟି କମ୍ପାନୀ ଉପରେ କୋଟିଏ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲଗାଇଛନ୍ତି. ମଙ୍ଗଳବାର ଏରିକ୍ସନ ତରଫରୁ ବରିଷ୍ଠ ଓକିଲ ଦୁଷ୍ମନ୍ତ ଦବେ କୋର୍ଟରେ ଉପସ୍ଥିତ ଥିଲେ. ଯେଉଁଥିରେ ସେ ଅନିଲ ଅମ୍ବାନୀ ଓ ତାଙ୍କ କମ୍ପାନୀ କ୍ରମଶଃ 2 ହଜାର କୋଟି ଓ 3 ହଜାର କୋଟି ଟଙ୍କାରେ କରିଥିବା ଦୁଇଟି ବିକ୍ରି ତଥ୍ୟ ଲୁଚାଇଥିବା ଆରୋପ କରିଥିଲେ.

LEAVE A REPLY

Please enter your comment!
Please enter your name here