ନୂଆବର୍ଷରୁ ଏସବିଆଇ ଗ୍ରାହକଙ୍କ ପାଇଁ ନୂଆ ଖବର । ଏଟିଏମ ମାଧ୍ୟମରେ ଟଙ୍କା ଉଠାଇଲେ ନୂଆ ନିୟମ ମାନିବାକୁ ହେବ । ଏସବିଆଇ ଏଟିଏମ କାର୍ଡ ବ୍ୟବହାର କରୁଥିଲେ ଏହି ନିୟମ ଅନୁସରଣ କରିବାକୁ ହେବ । ଏହି ନିୟମ ଜାନୁଆରୀ ପହିଲାରୁ ଲାଗୁ ହେବାକୁ ଯାଉଛି । ନୂଆ ନିୟମ ଅନୁଯାୟୀ, ଏସବିଆଇ ଆକାଉଂଟଧାରୀ ଏଟିଏମ କାର୍ଡ ଭର୍ତି କଲେ ପଂଜିକୃତ ମୋବାଇଲକୁ ଏକ ଓଟିପି ନମ୍ବର ଆସିବ ।ଏସବିଆଇ ଏଟିଏମରୁ କେତେ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତାହା ନିଶ୍ଚିତ କରିବା ପରେ ଏଟିଏମ ସ୍କ୍ରିନ୍ରେ ଓଟିପି ଦେବାକୁ ବିକଳ୍ପ ଆସିବ । ମୋବାଇଲକୁ ଆସିଥିବା ଓଟିପି ଦେଲେ ଆପଣ ଟଙ୍କା ଉଠାଇ ପାରିବେ । ମାତ୍ର ଏସବିଆଇ ଏଟିଏମ କାର୍ଡରେ ଅନ୍ୟ କୌଣସି ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇଲେ ଏହି ଓଟିପିର ଦରକାର ପଡିବ ନାହିଁ । ଯେଉଁ ଗ୍ରାହକମାନେ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବେ, ସେମାନଙ୍କୁ କେବଳ ଓଟିପି ଦେବାକୁ ପଡିବ । ଏହାଦ୍ୱାରା ଏଟିଏମ ଠକେଇ କମ ହେବ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି । ଏହି ସୁବିଧା ରାତି ୮ଟାରୁ ଦିନ ୮ଟା ପର୍ଯ୍ୟନ୍ତ ଲାଗୁ ହେବ । ତେବେ ଏଥିପାଇଁ ଗ୍ରାହକଙ୍କୁ ନିଜ ଆକାଉଣ୍ଟ ସହ ମୋବାଇଲଏ ନମ୍ବର ଅପଡେଟ୍ କରିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here