ଅନଲାଇଲ ସପିଂ ପୋର୍ଟଲ ଆମାଜନ ଡଟ୍ କମ ଗ୍ରାହକଙ୍କ ରିଫଣ୍ଡ କୋଟି କୋଟି ଟଙ୍କା ହଡପ ହେଇଥିବା ସାମ୍ନାକୁ ଆସିଛି. ହ୍ୟାକର ଆମାଜନର କ୍ୟାସ ଅନ ଡେଲିଭରି ଆକାଉଣ୍ଟକୁ ହ୍ୟାକ କରିଥିବା ଜଣାପଡିଛି. ତେବେ ହ୍ୟାକର ଲକ୍ଷ୍ମୈାର ପ୍ରାୟ 1500 ଜଣ ଗ୍ରାହକଙ୍କ ସହ ଏପରି କରିଛି. ବିଭୂତିଖଣ୍ଡ ଥାନାର ଇନଚାର୍ଜ ଇନସ୍ପେକ୍ଟର ମଥୁରା ରାୟ କହିଛନ୍ତି ଯେ ଆମାଜନ କମ୍ପାନୀର ଅଧିବକ୍ତା ଜିତେନ୍ଦ୍ର ସାଇନି ଅଜଣା ହ୍ୟାକର ବିପକ୍ଷରେ ଖୋଳତାଡ କରିବା ପାଇଁ ଏଫଆଇଆର ଦେବା ସହ ଆଇଟି ଆକ୍ଟରେ ପ୍ରାଥମିକ ଏତଲା ଦେଇଛନ୍ତି. ଇନଚାର୍ଜ ଇନସ୍ପେକ୍ଟର କହିଛନ୍ତି ଅସନ୍ତୁଷ୍ଟ ଗ୍ରାହକ ବାରମ୍ବାର କମ୍ପାନୀର କଷ୍ଟୋମରକେୟାର ନମ୍ବରକୁ ଫୋନ କରି ଅଭିଯୋଗ କରୁଥିଲେ କି ସେମାନଙ୍କ ରିଫଣ୍ଡ ଟଙ୍କା ଆକାଉଣ୍ଟକୁ ଯାଇନାହିଁ. କମ୍ପାନୀର ଟ୍ରାନସାକସନ ରିସ୍କ ମ୍ୟାନେଜମେଣ୍ଟ ସିଷ୍ଟମ ଟିମ ଖୋଳତାଡ ପରେ ଜାଣିବାକୁ ପାଇଲେ କି, କମ୍ପାନୀ ସେମାନଙ୍କୁ ଟଙ୍କା ରିଫଣ୍ଡର ମେସେଜ ପଠାଉଥିଲା ହେଲେ ଗ୍ରାହକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହ୍ୟାକର ତାକୁ ମଝିରୁ ହ୍ୟାକ କରିନେଉଥିଲା.

LEAVE A REPLY

Please enter your comment!
Please enter your name here