କରୋନା ସମୟରେ ଦେଶରେ ସୁନା ଓ ରୂପାର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବୁଧବାର ଦିନ ରାତିରେ ସୁନା ଓ ରୂପାର ଦର ସର୍ବୋଚ୍ଚରେ ପହଞ୍ଚିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଓ ରୂପାର ଦର ବୃଦ୍ଧି ହେବାରୁ ଦେଶର ବଜାରରେ ସୁନାର ଦର ୫୦,୦୦୦ ଓ ରୂପାର ଦର ୬୦,୦୦୦ ରେ ପହଞ୍ଚିଛି । ଆଜି ୧୧.୩୦ରେ ସୁନା ଦରରେ ୦.୯୯% ବୃଦ୍ଧି ହୋଇ ୫୦,୦୧୭ ଓ ରୂପା ଦରରେ ୫.୭୧% ବୃଦ୍ଧି ହୋଇ ୬୦,୬୧୯ ଟଙ୍କାରେ ପହଞ୍ଚିଛି । ଦେଶରେ ଲକ୍‌ଡ଼ାଉନ କାରଣରୁ ସୁନା ଓ ରୂପା ର ଚାହିଦା କମିଯାଇଛି । ସୁନା ଓ ରୂପାର ଦର ବୃଦ୍ଧି ହେବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଯାଇଛି । ସେହିପରି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦରରେ ୦.୮% ବୃଦ୍ଧି ହୋଇ ୧,୮୫୬.୧୩ଡ଼ଲାର ରେ ପହଞ୍ଚିଛି । ସୁନା ଓ ରୂପାର ରିଟେଲ ଦର ବୃଦ୍ଧି କାରଣରୁ ବଜାରରେ ବ୍ୟବସାୟ କମିଯାଇଛି ।

LEAVE A REPLY

Please enter your comment!
Please enter your name here