ପୂଜା ସିଜିନ୍ କୁ ଦୃଷ୍ଟିରେ ରଖି ଭାରତର ଲୋକପ୍ରିୟ କମ୍ପାନୀ ଆମାଜନ ନିଜର ସବୁଠୁ ବଡ ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭାଲ୍ ସିଜିନ୍ ର ଘୋଷଣା କରିଛି. ଚଳିତ ବର୍ଷ ଆମାଜନ୍ ର ଏହି ଗ୍ରାଣ୍ଡ୍ ସେଲ୍ 10 ଅକ୍ଟୋବରରୁ 15 ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜନ କରାଯାଉଛି. ହେଲେ ଆମାଜନ୍ ରେ ପ୍ରାଇମ୍ ମେମ୍ବର ଥିବା ଗ୍ରାହକ ମାନଙ୍କ ପାଇଁ ଏହା ଅକ୍ଟୋବର 9 ତାରିଖ ଦିନ 12ଟାରୁ ଆରମ୍ଭ ହେବ. ଏହି ସେଲ୍ ରେ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରଡକ୍ଟ ଉପରେ ଭାରି ଡିସକାଉଣ୍ଟ ଓ ଅଫର୍ ମଧ୍ୟ ରହିଛି. ସେଗୁଡିକ ମଧ୍ୟରେ ରହିଛି ସ୍ମାର୍ଟଫୋନ୍, ଆପ୍ଲାଏନସେନ୍ସ, ହୋମ୍ ଏବଂ କିଚେନ୍ ପ୍ରଡକ୍ଟ, ଫ୍ୟାଶନ୍, ବିୟୁଟି, ଗ୍ରୋସରୀ ଏବଂ ଇଲେକଟ୍ରୋନିକ୍ ପ୍ରଡକ୍ଟ. ଗ୍ରାହକମାନେ ପୂଜା ସିଜିନ୍ ରେ ଅଫର୍ ଥିବା ଏହି ସବୁ ପ୍ରଡକ୍ଟ ଉପରୁ ଲାଭ ଉଠାଇପାରିବେ.

LEAVE A REPLY

Please enter your comment!
Please enter your name here