ଟ୍ରାନଡିସନ୍ ଓଲଡିଂ କମ୍ପାନୀ ଟେକ୍ନୋ ଭାରତ ବଜାରରେ  ନିଜର ସ୍ମାର୍ଟଫୋନ୍ Tecno Camon Iclick2 କୁ ଲଞ୍ଚ୍ କରିଛି. Camon AI ସିରିଜ୍ ରେ ଏହି ବ୍ରାଣ୍ଡ୍ ର ଏହା ହେଉଛି ଚତୁର୍ଥ ସିରିଜ୍. ତେବେ ଏହା ପୂର୍ବରୁ କମ୍ପାନୀ Tecno Camon iAir2+, Camon i2 ଏବଂ Camon i2Xକୁ  ଲଞ୍ଚ୍ କରିଥିଲା. ଭାରତ ବଜାରରେ Camon Iclick2 ର ମୂଲ୍ୟ 13,499 ଟଙ୍କା ରହିଛି. ଏଥିରେ 4 ଜିବି ରାମ ଥିବା ସହ 64 ଜିବି ଷ୍ଟୋରେଜ୍ ରହିଛି. ଗ୍ରାହକଙ୍କ ପାଖରେ ଏହା ଆକ୍ୱା ବ୍ଲୁ, ମିଡ୍ ନାଇଟ୍ ବ୍ଲାକ୍ ଓ ଏୟାର ବ୍ଲୁ କଲରରେ ଉପଲବ୍ଧ ହେବ. ଡୁଆଲ ସିମ୍ ଓ ଡୁଆଲ୍ ଭୋଲ୍ଟ ସପୋର୍ଟ ଥିବା ଏହି ସ୍ମାର୍ଟ ଫୋନ୍ ଆଣ୍ଡ୍ରଏଡ୍ 8.1 ଓରିଓ ବେସ୍ HiOS 4.1 ଉପରେ ଆଧାରିତ. ଏଥିରେ 6.2-inch HD + Super FULL ଡିସପ୍ଲେ ରହିଛି. ଏହା ଛଡା ଏଥିରେ ଅକ୍ଟା କୋର୍ MediaTek Helio P22 ପ୍ରୋସେସର୍ ଦିଆଯାଇଛି. ସ୍ମାର୍ଟ ଫୋନ୍ ରେ ଥିବା 64 ଜିବି ଷ୍ଟୋରେଜ୍ କୁ କାର୍ଡ ମାଧ୍ୟମରେ 128 ଜିବି ପର୍ଯ୍ୟନ୍ତ ବଢାଯାଇପାରିବ.

LEAVE A REPLY

Please enter your comment!
Please enter your name here