ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ତା ର ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ଆଣିଛି. ଚାଲିଥିବା ପ୍ରାଇସ୍ ୱାର ଭିତରେ ନିଜର ଜାଗା ବଜାୟ ରଖିବା ପାଇଁ ବିଏସଏନଏଲ୍ ତାର 333 ଟଙ୍କାର ଟ୍ରିପଲ୍ ଏସ୍ ପ୍ଲାନକୁ ଅପଡେଟ୍ କରିଛି.ତେବେ ଏହି ପ୍ଲାନ୍ ରେ ପୂର୍ବରୁ 3 ଜିବି ଡାଟା ପ୍ରତିଦିନ ଦିଆଯାଉଥିଲା. ବର୍ତ୍ତମାନ ଏହାର ଅପଡେଟ୍ ପରେ ଏଥିରେ 3 ଜିବି ବଦଳରେ 5.2 ଜିବି ର ଡାଟା ପ୍ରତିଦିନ ଦିଆଯିବ. କେବଳ ଡାଟା ନୁହେଁ ବରଂ କମ୍ପାନୀ FUP ସରିଗଲା ପରେ ଡାଟା ସ୍ପିଡକୁ 60 କେବିପିଏସ୍ ରୁ 80 କେବିପିଏସ୍ କରିଦେଇଛି. ଯଦି ଅନ୍ୟ କମ୍ପାନୀଙ୍କ କଥା କୁହାଯାଏ ତାହାଲେ ଜିଓ 799 ଟଙ୍କାରେ 5 ଜିବି ଡାଟା ପ୍ରତିଦିନ ଦେଉଛି. ଯାହାର ମୂଲ୍ୟ  ବିଏସଏନଏଲ୍ ଠାରୁ ବି ଅଧିକ. ଅନ୍ୟପଟେ ବିଏସଏନଏଲ୍ର ଅବଧି 45 ଦିନ ଥିବା ବେଳେ ଜିଓ ର ଅବଧି 28 ଦିନ ରହିଛି.

LEAVE A REPLY

Please enter your comment!
Please enter your name here