ବ୍ୟାଡ୍ ମିଣ୍ଟନ ତାରକା ସାଇନା ନେୱାଲ୍ ଓ ପରୁପଲ୍ଲଲା କଶ୍ୟପ ସେମାନଙ୍କ ଫ୍ୟାନ୍ ମାନଙ୍କୁ  ଏକ ଖୁସି ଖବର ଭେଟି ଦେଇଛନ୍ତି. ଉଭୟ ଡିସେମ୍ବର 16 ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି. ତେବେ ଏହି ବିବାହଟି ଅତି ଖାସ୍ ହେବ ବୋଲି କୁହାଯାଇଛି. ଏହି ପାର୍ଟିରେ ପାଖାପାଖି 100 ଜଣ ନାମୀଦାମୀ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି. ଏହା ଛଡା ଡିସେମ୍ବର 21 ତାରିଖରେ ଏହାର ଏକ ଗ୍ରାଣ୍ଡ୍ ପାର୍ଟିର ଆୟୋଜନ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି. ଉଭୟ ପରିବାର ମଧ୍ୟରେ ଏଥିପାଇଁ ପ୍ଲାନିଂ ଜୋରସର୍ ଚାଲିଥିବା ବେଳେ  ବିବାହ ତାରିଖର ଘୋଷଣା ମଧ୍ୟ କରାଯାଇଛି. ତେବେ 2005 ମସିହାରେ ଦୁହେଁ ପୁଲେଲା ଗୋପିଚାନ୍ଦଙ୍କ ପାଖରେ ପ୍ରଶିକ୍ଷଣ ନେଉଥିଲେ ଓ ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା. ସେହି ସମୟରେ ଦୁହିଁଙ୍କୁ ନେଇ ଗୁଜବ ଉଠିଥିଲା ଓ ଦୁହେଁ ଡେଟ୍ ରେ ଯାଉଥିବା ଚର୍ଚ୍ଚା ମଧ୍ୟ ହେଉଥିଲା. ବର୍ତ୍ତମାନ ଏ ସବୁରୁ ପରଦା ହଟିଛି ଓ ଦୁହେଁ ଲାଇଫ୍ ପାର୍ଟନର ବନିବାକୁ ଯାଉଛନ୍ତି.ସାଇନା ମହିଳା ସର୍କିଟରେ ଶ୍ରେଷ୍ଠ ରହିଥିବା ବେଳେ ବର୍ତ୍ତମାନ କୋରିଆ ଓପନ୍ ରେ ଖେଳୁଛନ୍ତି. ସାଇନା ବିଶ୍ୱ ଚାମ୍ପିୟନସିପ୍ ରେ 20ଟି ପ୍ରମୁଖ ଟାଇଟେଲ୍, ଅଲମ୍ପିକ୍ ବୋଞ୍ଜ୍  ଓ ସିଲଭର୍ ଜିତିଛନ୍ତି. କଶ୍ୟପ ମଧ୍ୟ ପୁରୁଷ ସର୍କିଟରେ ବିଶ୍ୱରେ 6 ନମ୍ବର ରାକିଂରେ ରହିଛନ୍ତି.

LEAVE A REPLY

Please enter your comment!
Please enter your name here