ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ କୁହାଯାଉଥିବା ଏସବିଆଇ ନୂଆ ବର୍ଷ ପାଇଁ ଏକ ଅଫର ଆଣିଛି. ଯାହାର ଲାଭ ଏସବିଆଇ ଗ୍ରାହକ ଅତି ସହଜରେ ଉଠାଇପାରିବେ. ତେବେ ଅଫର ହେଲା ବ୍ୟାଙ୍କ, ହୋମ୍ ଲୋନ୍ ଉପରେ ପ୍ରୋସେସିଂ ଫିସ୍ ଜିରୋ କରିଦେଇଛନ୍ତି. ଅର୍ଥାତ, ଏବେ ଯେଉଁ ଗ୍ରାହକ ହୋମ ଲୋନ ନେବା ପାଇଁ ଚାହିଁବେ ସେଥିପାଇଁ ସେମାନଙ୍କୁ କୌଣସି ଚାର୍ଜ ଦେବାକୁ ପଡିବନାହିଁ ଏବଂ ଏହି ଅଫରର ଫାଇଦା ଗ୍ରାହକ କେବଳ ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଉଠାଇପାରିବେ. ସାଧାରଣତଃ ଯେତେବେଳେ ଆମେ ବ୍ୟାଙ୍କରୁ ଲୋନ ପାଇଁ ଆପ୍ଲାଇ କରିଥାଉ, ସେଥିପାଇଁ ଆମକୁ ବିଭିନ୍ନ ପ୍ରକାର ଫି ଦେବାକୁ ପଡିଥାଏ. ଯେମିତିକି ଆଡମିନିଷ୍ଟ୍ରେଟିଭ୍ ଚାର୍ଜେସ, ପ୍ରିପେମେଣ୍ଟ ପେନାଲିଟିଜ୍ ଇତ୍ୟାଦି ଚାର୍ଜେସ ଆମେ ଦେଇଥାଉ. ମାତ୍ର ଏବେ ଲୋନ ନେଲେ ଆମକୁ ଏଥିପାଇଁ କୌଣସି ଚାର୍ଜେସ ଦେବାକୁ ପଡିବନାହିଁ. ବ୍ୟାଙ୍କର ସୂଚନା ଅନୁସାରେ, 31 ଡିସେମ୍ବର ଭିତରେ ଯେଉଁ ଗ୍ରାହକ ହୋମ ଲୋନ ନେବେ ସେମାନଙ୍କ ଉପରେ କୌଣସି ପ୍ରକାର ଚାର୍ଜେସ ଲାଗୁ କରାଯିବ ନାହିଁ.

LEAVE A REPLY

Please enter your comment!
Please enter your name here