ଯଦି ଆପଣ ଏସବିଆଇ ଗ୍ରାହକ ତାହେଲେ ଆପଣଙ୍କ ପାଇଁ ଏକ ଜରୁରୀ ସୂଚନା. ଖବର ହେଲା, ଏସବିଆଇ ବହୁତ ଜଲଦି ନିଜର ଏକ ସୁବିଧା ବନ୍ଦ କରିବାକୁ ଯାଉଛି. ଯାହା ଫଳରେ ଗ୍ରାହକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ. ଏସବିଆଇ ନିଜର ଡିଜିଟାଲ ଆପ୍ ‘ବଡି’ ବନ୍ଦ କରିବାକୁ ଯାଉଛି. ଡିସେମ୍ବର 30 ତାରିଖ ପୂର୍ବରୁ ଏହା ସଂପୂର୍ଣ୍ଣରୂପେ କାମ କରିବା ବନ୍ଦ କରିଦେବ. ତେବେ ଏହି ଆପ୍ ବନ୍ଦ କରିବାର ସୂଚନା ଏସବିଆଇ ନିଜର ଅଫିସିଆଲ ୱେବସାଇଟ ଓ ଟ୍ୱିଟର ମାଧ୍ୟମରେ ଦେଇଛି. ତେବେ, ଯଦି ଆପଣ ଏହି ୱାଲେଟରେ ଟଙ୍କା ରଖିଛନ୍ତି ତାହେଲେ, 30 ଡିସେମ୍ବର ପୂର୍ବରୁ ସମସ୍ତ ଟଙ୍କା କାଢିନିଅନ୍ତୁ ନହେଲେ ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ. ଏସବିଆଇ ଏହି ଆପ୍ କୁ 2015 ମସିହାରେ ଲଞ୍ଚ କରିଥିବା ବେଳେ 2017 ମସିହା ଶେଷ ସୁଦ୍ଧା ଏହି ଆପ୍ ରେ ପାଖାପାଖି 100 କୋଟି ଗ୍ରାହକ ସାମିଲ ଥିଲେ.

 

 

LEAVE A REPLY

Please enter your comment!
Please enter your name here