ଶୁକ୍ରବାର ଜିଏସଟି କାଉନସିଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବ୍ୟାଟେରୀ ଚାଳିତ କାର ,ସ୍କୁଟରରେ ଜିଏସଟି ଦର କମିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ବିଦ୍ୟୁତ୍ ଚାଳିତ ଯାନବାହନରେ ଉପରେ ଥିବା ଜିଏସଟିକୁ ୧୨ ପ୍ରତିଶତରୁ କମ୍ କରାଯାଇ ୫ ପ୍ରତିଶତ କରାଯାଇଛି । ଏହି ଦର ଆସନ୍ତା ଅଗଷ୍ଟ୧ ତାରିଖରୁ ଲାଗୁ କରାଯିବ । ଗତ ଜିଏସଟି କାଉନସେଲିଂରେ ଏହି ପ୍ରସ୍ତାବ ଉପରେ ଆଲେଚନା କରାଯାଇ ଥିଲ । ଚାର୍ଜ ଉପରେ ଲାଗୁ କରାଯାଇଥିବା ୧୮ ପ୍ରତିଶତ ଜିଏସଟିକୁ ୧୨ ପ୍ରତିଶତ କରାଯାଇଛି । ଯାହା ଅଗଷ୍ଟ ୧ରୁ ଲାଗୁ କରାଯିବ । ଏହା ବ୍ୟତୀତ ୧୨ରୁ ଅଧିକ ଯାତ୍ରୀ ବସିବା କ୍ଷମତା ବିଶିଷ୍ଟ ଇଲେକ୍ଟ୍ରକ ବସ କିଣିବା ପାଇଁ ଜିଏସଟି ଲାଗିବ ନାହଁ ବୋଲି ନିଷ୍ପତି ନିଆଯାଇଛି । ଦେଶରେ ଇ-ଯାନବାହାନ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତି ନେଉଛନ୍ତି ।

LEAVE A REPLY

Please enter your comment!
Please enter your name here