ଟଙ୍କା ଜମା କରିବାକୁ ନେଇ ଏସବିଆଇର ନୂଆ ନିୟମ. ଜଣଙ୍କ ଏସବିଆଇ ଆକାଉଣ୍ଟରେ ଅନ୍ୟ କେହି ଅର୍ଥଜମା କରିପାରିବେନି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଏହି ନୂଆ ନିୟମ ଅନୁଯାୟୀ ଅତି ଜରୁରୀ ଥିଲେ ଏସବିଆଇ ପକ୍ଷରୁ ରହିଥିବା ପ୍ରକ୍ରିୟା ଅନୁସାରେ ଜମା କରାଯାଇପାରିବ । ଆପଣଙ୍କ ବ୍ୟାଙ୍କ ଖାତାରେ ଯଦି ଅନ୍ୟ କେହି ଜମା କରିବାକୁ ଚାହାଁନ୍ତି, ତେବେ ଫର୍ମରେ ଆପଣଙ୍କ ଦସ୍ତଖତ କିମ୍ବା ଆପଣଙ୍କର ଏକ ଲିଖିତ ପତ୍ର ଦେବାକୁ ପଡିବ ।
ପୂର୍ବରୁ ଅନ୍ୟ କାହା ଖାତାରେ ଜମା କରିବା ଉପରେ ସେପରି କୌଣସି କଟକଣା ନଥିଲା । ଜମା କରିବା ପାଇଁ କେବଳ ଫର୍ମଟିଏ ଆଣି ସେଥିରେ ଖାତାଧାରୀଙ୍କ ନାଁ , ଆକାଉଣ୍ଟ ନମ୍ବର ଓ ଜମା ପରିମାଣ ଉଲ୍ଲେଖ କରି ଟଙ୍କା ଦେଇ ଦେଉଥିଲେ ଖୁବ ସହଜରେ ଜଣେ ଅନ୍ୟ ଜଣଙ୍କ ଆକାଉଣ୍ଟରେ ଜମା କରିପାରୁଥିଲା । କିନ୍ତୁ ଏବେ ଆଉ ସେହି ସୁବିଧା ଉପଲବ୍ଧ ହେବ ନାହିଁ । କାହାକୁ ଟଙ୍କା ପଠାଇବାର ଥିଲେ ଆପଣଙ୍କୁ ଅନଲାଇନ ବ୍ୟାଙ୍କ କିମ୍ବା ଏଟିଏମ ଟ୍ରାନ୍ସଫରର ସୁବିଧା ନେବାକୁ ହେବ । ନଚେତ୍ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମ ଅନୁସାରେ ଆପଣ ଜମା କରିପାରନ୍ତି ।