ସାରା ଦେଶରେ ତେଲ ତାତିର ପ୍ରଭାବ ଆଜି ଦେଖିବାକୁ ମିଳିଥିଲା । କଂଗ୍ରେସ ସମେତ ୨୧ଟି ଦଳର ବନ୍ଦ ପାଳନକୁ ସାଧାରଣ ଲୋକେ ସ୍ୱତଃସ୍ଫୁର୍ତ୍ତ ସମର୍ଥନ ଦେଇଥିବା ମନେ ହେଉଥିଲା । ବନ୍ଦ ସମର୍ଥକଙ୍କ ପିକେଟିଂ, ଧାରଣା ଓ ଶୋଭାଯାତ୍ରା ଭିତରେ ଓଡିଶାରେ ବନ୍ଦର ପ୍ରଭାବ ଅନୁଭୂତ ହୋଇଥିଲା । ସରକାର ସ୍କୁଲ କଲେଜ ବନ୍ଦ ଘୋଷଣା କରିଥିବାବେଳେ ରାଜ୍ୟରେ ବସ, ଟ୍ରେନ ଚଳାଚଳଠାରୁ ଆରମ୍ଭ କରି ସ୍ୱାଭାବିକ ଜୀବନଯାତ୍ରା ଠପ୍ ହୋଇଯାଇଥିଲା । ୯ ଘଣ୍ଟିଆ ବନ୍ଦ ପାଳନ ବେଳେ ସେଭଳି କୌଣସି ବଡ ଧରଣର ହିଂସାକାଣ୍ଡ ଘଟିଥିବାର ସୁଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here