ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ. ବ୍ୟାଙ୍କ କାମ କରିବା ପାଇଁ ଆପଣଙ୍କୁ ସୋମବାର ଯାଏଁ ଅପେକ୍ଷା କରିବାକୁ ପଡିବ. ଅନ୍ୟପଟେ ଯେତେବେଳେ ବ୍ୟାଙ୍କ ଲମ୍ବା ସମୟ ଧରି ବନ୍ଦ ରୁହେ, ସେହି ସମୟରେ ଏଟିଏମ ଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳେ. କେବେ କେବେ ଏଟିଏମରୁ କ୍ୟାସ ମଧ୍ୟ ସରିଯାଇଥାଏ. ସେଥିପାଇଁ ସମୟ ଥାଉଥାଏ ଏଟିଏମରୁ ପଇସା କାଢିନେବା ଉଚିତ୍. ଶୁକ୍ରାବରଦିନ ଗୁରୁନାନକ ଜୟନ୍ତୀ ଥିବାରୁ ବ୍ୟାଙ୍କ ବନ୍ଦ ରହିବ. ଅନ୍ୟପଟେ ଶନିବାର ମାସର ଚତୁର୍ଥ ଶନିବାର ପଡଥିବାରୁ ବ୍ୟାଙ୍କ ବନ୍ଦ ରହିବ ଓ ରବିବାର ଛୁଟି ଦିନ ଥିବାରୁ ବ୍ୟାଙ୍କ ବନ୍ଦ ରହିବ. ଲଗାତାର ତିନିଦିନ ଯାଏ ବ୍ୟାଙ୍କ ବନ୍ଦ ରହିବା କାରଣରୁ ଲୋକଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିପାରେ.

 

 

LEAVE A REPLY

Please enter your comment!
Please enter your name here