ଯଦି ଆପଣ ଟିଭି ଦେଖାରେ ନିଜର ସୌକ ରଖନ୍ତି କିମ୍ବା ପ୍ରାୟ ସମୟ ଆପଣ ଟିଭି ଦେଖି କଟାଉଥାନ୍ତି ତାହେଲେ ଆପଣ ଏହି ଖବର ଜାଣିବା ନିହାତି ଜରୁରୀ. ଖବର ଅନୁସାରେ, ବହୁତ ଜଲଦି ଟିଭି ଦେଖିବା ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହି ପରିବର୍ତ୍ତନ ବିଷୟରେ ଆପଣ ଅବଗତ ହେବା ଉଚିତ୍. ତେବେ ପୂର୍ବରୁ ଟ୍ରାଇ ଚ୍ୟାନେଲର ଦରକୁ ନେଇ ନିୟମ ଜାରି କରିସାରିଛି. ଅପରେଟରମାନେ ନିଜ ସେଟ୍ ଟପ୍ ବକ୍ସ ବନ୍ଦ କରିବାକୁ ନେଇ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ  ଫେବୃୟାରୀ ମାସ 1 ତାରିଖରୁ ଟିଭି ଉପଭୋକ୍ତାମାନେ ଚ୍ୟାନେଲ ପ୍ୟାକ କିଣି ଟିଭି ଦେଖିପାରିବେ ବୋଲି ସୂଚନା ଦିଆଯାଇଛି. ହେଲେ ଏହି ନିୟମ କଣ ପାଇଁ ଯଦି ପଚରାଯାଏ ତାହେଲେ ପ୍ରକୃତରେ ଏ ନିୟମ ପଛରେ ବି ସରକାରଙ୍କ ଏକ ନିୟମ ରହିଛି. ତାହା ହେଲା ନୋ ୟୋର କଷ୍ଟ୍ୟୁମର ଅର୍ଥାତ କେୱାଇସି. ସୂଚନା ଅନୁସାରେ, ଯେଉଁ ଗ୍ରାହକମାନେ କେୱାଇସି ଲିଙ୍କ୍ କରିନଥିବେ ସେମାନଙ୍କ ସେଟ୍ ଟପ୍ ବକ୍ସ ବନ୍ଦ କରାଯିବ ଏବଂ ଏହାକୁ ନେଇ ଅପରେଟର୍ସମାନେ ମଧ୍ୟ ନିଜ ଗ୍ରାହକଙ୍କୁ ସୂଚନା ଦେବା ଆରମ୍ଭ କରିଦେଇଛନ୍ତି. ସରକାରଙ୍କ ନିୟମ ଅନୁସାରେ ଏବେ ଗ୍ରାହକମାନଙ୍କୁ ନିଜ ଅପରେଟରଙ୍କ ପାଖରେ ଆଧାର କିମ୍ବା ଭୋଟର ଆଇଡି ଜମା କରିବାକୁ ପଡିବ. 31 ଜାନୁୟାରୀ ପୂର୍ବରୁ କେୱାଇସି ଲିଙ୍କ୍ ନ କଲେ ଟିଭି ଉପଭୋକ୍ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ. ସେଥିପାଇଁ 31 ଜାନୁୟାରୀ ପୂର୍ବରୁ ଯଥାସମ୍ଭବ କେୱାଇସି ଲିଙ୍କ୍ କରାଇ ନିଅନ୍ତୁ.

 

 

LEAVE A REPLY

Please enter your comment!
Please enter your name here