ପିପିଲି ପୀଡିତା ବେବିନା ପ୍ରସଙ୍ଗକୁ ଆଧାର କରି ଦୁଇ ବିରୋଧି ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା । ଏହି ପ୍ରସଙ୍ଗରୁ କେଉଁ ଦଳ କେତେ ରାଜନୀତିକ ଫାଇଦା ଉଠାଇପାରିବ, ତାକୁ ନେଇ ଦୁଇ ଦଳ ଶକ୍ତି ପ୍ରଦର୍ଶନରେ ଲାଗି ପଡିଛନ୍ତି । ବୁଧବାର ପିପିଲି ପୀଡିତା ବେବିନା ପ୍ରସଙ୍ଗକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ କରିବା ପରେ ଆଜି ମହିଳା କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରିଛି । ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବୀରେ ଆଜି ଶତାଧିକ ମହିଳା କଂଗ୍ରେସ କର୍ମୀ କଂଗ୍ରେସ ଭବନରୁ ବାହାରି ନବୀନ ନିବାସ ଘେରାଉ କରିବା ପାଇଁ ବାହାରିଥିଲେ । ମହିଳା କଂଗ୍ରେସ କର୍ମୀଙ୍କ ଏହି ଶୋଭାଯାତ୍ରା ଶିଶୁ ଭବନ ଛକ ପାଖରେ ପହଁଞ୍ଚିଲା ପରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ମହିଳା କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ମହିଳା କଂଗ୍ରେସ କର୍ମୀ ପୋଲିସ ଉପରକୁ ଟମାଟୋ ମାଡ କରିଥିଲେ । କିଛି ସମୟ ପାଇଁ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହେବା ଯୋଗୁଁ ଜଣେ ମହିଳା କର୍ମୀ ଅଚେତ ହୋଇପଡିଥିଲେ । ତେବେ ବେବିନାଙ୍କୁ ନ୍ୟାୟ ନମିଳିବା ପଛରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ମହେଶ୍ୱର ମହାନ୍ତିଙ୍କୁ ଦାୟୀ କରିଛନ୍ତି ବିରୋଧି । ମହାରଥୀ ଇସ୍ତଫା ନଦେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here