ପୁଣି ଆସୁଛି ବାତ୍ୟା ‘ପାବୁକ’. ଦକ୍ଷିଣ ଚୀନ ସାଗର ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ ବର୍ତ୍ତମାନ ଭୟଙ୍କର ରୂପ ନେଉଛି. ତେବେ ଏହି ସାମୁଦ୍ରିକ ଘୂର୍ଣ୍ଣିଝଡର ନା ରଖାଯାଇଛି ‘ପାବୁକ’. ଜାନୁୟାରୀ 5 ତାରିଖ ବେଳକୁ ଏହା ଆଣ୍ଡାମାନ ସାଗରକୁ ଛୁଇଁବାକୁ ଥିବା ବେଳେ ଉତ୍ତର ପଶ୍ଚିମ ଦିଗ ଅତିକ୍ରମ କରି ଏହା ଜାନୁୟାରୀ 6 ତାରିଖ ବେଳକୁ ଆଣ୍ଡାମାନ ଦ୍ୱିପପୁଞ୍ଜରେ ପହଞ୍ଚିବ. ପରେ 8 ତାରିଖ ବେଳକୁ ଏହି ଝଡ ମିଆଁମାର ମୁହାଁ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି. ବର୍ତ୍ତମାନ ଏହି ଘୂର୍ଣ୍ଣିଝଡ ‘ପାବୁକ’ ଆଣ୍ଡାମାନଠାରୁ 15 ଶହ କି.ମି ଦୂରରେ ରହିଛି. ହେଲେ ଓଡିଶାରେ ଏହାର ପ୍ରଭାବ କ’ଣ ରହିବ ତାହା ଏ ଯାଇଁ ସ୍ପଷ୍ଟ ହୋଇପାରିନାହିଁ. ସୂଚନା ଅନୁସାରେ ଏହା ବର୍ତ୍ତମାନ ଚିନ୍, ଭିଏତନାମ୍ ଓ ମାଲେସିଆରେ ପ୍ରଳୟ କରୁଛି. ଆସୁଥିବା ଏହି ବାତ୍ୟାକୁ ଆଶଙ୍କା କରି 7 ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଏସଆରସି ସୂଚନା ଦେଇଛି. ଯାହାଭିତରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଭଳି ଜିଲ୍ଲା ରହିଛି. ଅନ୍ୟପଟେ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି.

LEAVE A REPLY

Please enter your comment!
Please enter your name here