ବିଏସଏନଏଲ ଉପଭୋକ୍ତାଙ୍କ ପାଇଁ ଏକ ଖୁସି ଖବର. କାରଣ ଏବେ ଅନ୍ୟ ଟେଲିକମ୍ କମ୍ପାନୀ ପରି, ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ମଧ୍ୟ 4ଜି ସେବା ପ୍ରଦାନ କରିବାକୁ ଯାଉଛି. ତେବେ ଏହି 4ଜି ସେବାକୁ ପ୍ରଥମେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି. ଅନ୍ୟପଟେ ଏହାକୁ ଦେଶର 10ଟି ସର୍କଲରେ ପ୍ରଥମେ ଆରମ୍ଭ କରାଯିବ ବୋଲି ବିଏସଏନଏଲ୍ ପକ୍ଷରୁ ସୂଚନା ଦିଆଯାଇଛି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛିମାସ ପୂର୍ବରୁ ବିଏସଏନଏଲ୍ ଗୁଜୁରାଟରେ ପ୍ରଥମେ ଏହି 4ଜି ସେବା ପରୀକ୍ଷାମୂଳକଭାବେ ଆରମ୍ଭ କରିଥିଲା ଏବଂ ଆଗାମୀ ଦିନରେ କମ୍ପାନୀ ଦେଶର 19ଟି ଟେଲିକମ୍ ସର୍କଲରେ ଏହି ସେବା ଆରମ୍ଭ କରିବ ବୋଲି ଯୋଜନା ରଖିଛି. ତେବେ 10ଟି ରାଜ୍ୟରେ ଆରମ୍ଭ ହେବାକୁ ଥିବା ଏହି 4ଜି ସେବା ମଧ୍ୟରେ ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ, ଗୋଆ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଏବଂ ତେଲେଙ୍ଗାନା ଭଳି ରାଜ୍ୟ ସାମିଲ ରହିଛି. ଏହି ସବୁ ଜାଗାରେ ବିଏସଏନଏଲ୍ 2100 Mhz ସ୍ପେକ୍ଟ୍ରମ ବ୍ୟାଣ୍ଡ୍ ମାଧ୍ୟମରେ 4ଜି ସେବା ଆରମ୍ଭ କରିବାକୁ ଯାଉଛି.

 

LEAVE A REPLY

Please enter your comment!
Please enter your name here