କ୍ୟାମେରା କମ୍ପାନୀ କ୍ୟାନନ୍ ଭାରତରେ ଲଞ୍ଚ୍ କରିଛି ଏହାର ପ୍ରଥମ ଫୁଲ୍ ଫ୍ରେମ୍ ମିରର୍ ଲେସ୍ କ୍ୟାମେରା EOS R. ଏହାର ବଜାର ମୂଲ୍ୟ 1,89,950 ଟଙ୍କା ରହିଥିବା ବେଳେ କିଟ୍ ସହ ଏହାର ମୂଲ୍ୟ 2,78,945 ଟଙ୍କା ରହିଛି. ତେବେ ଏହାର ବିକ୍ରି ଅକ୍ଟୋବର ଦ୍ୱିତୀୟ ସପ୍ତାହରୁ କରାଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି. ଏହି କ୍ୟାମେରା ସହ କମ୍ପାନୀ 4ଟି ନୂଆ RF lenses, 2ଟି super telephoto lenses ଏବଂ ଗୋଟିଏ prime EF-M କୁ ମଧ୍ୟ ଇଭେଣ୍ଟରେ ଲଞ୍ଚ୍ କରିଛି. EOS R କ୍ୟାମେରାରେ 30.3 ମେଗାପିକ୍ସଲ ଫୁଲ୍ ଫ୍ରେମ୍ ସିଏମଓଏସ ସେନ୍ସର, DIGIC 8 ଇମେଜ୍ ପ୍ରୋସେସର୍ ଏବଂ 5,655 ସିଲେକ୍ଟେବଲ ଏଏଫ ପଏଣ୍ଟସ୍ ଦିଆଯାଇଛି. ଏହାଛଡା ଏହାର ଆଇଏସଓ ଦୂରତା ହେଉଛି 100-40,000 ଏବଂ 8fps ପର୍ଯ୍ୟନ୍ତ ବର୍ଷ୍ଟ ସୁଟିଂର ସପୋର୍ଟ ମଧ୍ୟ ଦିଆଯାଇଛି. ଏହି କ୍ୟାମେରାରେ ମଧ୍ୟ କମ୍ପାନୀର ଲୋକପ୍ରିୟ ଡ୍ୟୁଆଲ୍ ପିକ୍ସେଲ ଏଏଫ୍ ସିଷ୍ଟମ୍ ଅଛି. ତେବେ ଏହାର 30fps ଉପରେ 4k ପର୍ଯ୍ୟନ୍ତ ଭିଡିଓ ରେକର୍ଡିଂ କରିବାର କ୍ଷମତା ଅଛି.

LEAVE A REPLY

Please enter your comment!
Please enter your name here