ଆମେରିକା କମ୍ପାନୀ ଆମାଜନ୍ ଆମେରିକାର ସିଏଟଲ୍ ରେ ଏକ ଆଲେକ୍ସା ଇଭେଣ୍ଟ ଆୟୋଜନ କରିଥିଲା. ଏହି ଆୟୋଜନ ଅବସରରେ କମ୍ପାନୀ ତରଫରୁ ବିଭିନ୍ନ ପ୍ରକାର ସ୍ମାର୍ଟ ସ୍ପିକର୍ସକୁ ପ୍ରଦର୍ଶନ କରାଯାଇଥିଲା. ଯେଉଁଥିରେ Echo Dot, Echo Sub, Echo Plus ଏବଂ  Echo Show Wall clock ଭଳି ପ୍ରଡକ୍ଟ ରହିଛି. ଏହା ଛଡା କମ୍ପାନୀ ଆଲେକ୍ସା ପାୱାର୍ଡର ଅଲଗା ପ୍ରଡକ୍ଟକୁ ମଧ୍ୟ ଲଞ୍ଚ୍ କରିଛି. ମାଇକ୍ରୋୱେଭ୍, ଫାୟାର ଟିଭି ରେକର୍ଡସ, ସ୍ମାର୍ଟ ପ୍ଲଗ୍ ଓ ଆଲେକ୍ସା ଗାର୍ଡ ଭଳି ପ୍ରଡକ୍ଟକୁ ମଧ୍ୟ କମ୍ପାନୀ ଲଞ୍ଚ୍ କରିଛି. ତେବେ ଲଞ୍ଚ୍ କରାଯାଇଥିବା ଏହି ପ୍ରଡକ୍ଟଗୁଡିକ ମଧ୍ୟରୁ କିଛି ପ୍ରଡକ୍ଟ ଭାରତ ଆସିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି.ଭାରତରେ ଲଞ୍ଚ୍ ହୋଇଥିବା ପ୍ରଡକ୍ଟ ମଧ୍ୟରେ ରହିଛି Echo Dot, Echo Plus ଏବଂ Echo Sub. ତେବେ ଗ୍ରାହକମାନେ ଏହାକୁ ଆମାଜନର ୱେବସାଇଟରୁ କିଣିପାରିବେ. ଏହାକୁ କିଣିବା ପାଇଁ ଗ୍ରାହକମାନେ ପ୍ରି-ଅର୍ଡର ଦେଇସାରିଛନ୍ତି. Echo Show ଏବଂ Echo Input ମଧ୍ୟ ଆସନ୍ତା ବର୍ଷ ଭାରତ ବଜାରକୁ ପ୍ରବେଶ କରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି.

 

LEAVE A REPLY

Please enter your comment!
Please enter your name here