ଚିତ୍ତରଞ୍ଜନ ଲୋକୋମୋଟିଭ ୱାର୍କସ(ସିଏଲଡବ୍ଲ୍ୟୁ) ଭାରତୀୟ ରେଳ ବିଭାଗକୁ ଦେଇଛି ସବୁଠୁ ଦୃତ ଗତିରେ ଯାଉଥିବା ଇଞ୍ଜିନ. ଅନୁମାନ କରାଯାଉଛି ଯେ, ଘଣ୍ଟାପ୍ରତି ୨୦୦ କି.ମି ବେଗରେ ଯିବାର କ୍ଷମତା ଏହି ଇଞ୍ଜିନର ରହିଛି. ଏହା ସହ ଏଥିରେ ଡଇଚ ୫ ମଡିଫାଏଡ ଇଞ୍ଜିନ ଥିବା ସହ ରେଳ ଚାଳକଙ୍କ ସୁରକ୍ଷାକୁ ମଧ୍ୟ ଦୃଷ୍ଟି ଦିଆଯାଇଛି. ତେବେ ଏହାର ପ୍ରଥମ ଇଞ୍ଜିନ ଗାଜିୟାବାଦକୁ ପଠାଯାଇଛି. ଏହି ଇଞ୍ଜିନକୁ ରାଜଧାନୀ ଏକ୍ସପ୍ରେସ, ଗତିମାନ ଏକ୍ସପ୍ରେସ ଓ ଶତାବ୍ଦୀ ଏକ୍ସପ୍ରେସରେ ଲଗାଯିବ ବୋଲି ଆଶା କରାଯାଉଛି. ଏହା ସହ ଏହି ନୂଆ ଇଞ୍ଜିନରେ ସିସିଟିଭି କ୍ୟାମେରା ଲଗାଯିବା ସହ କକପିଟ୍ ଭଏସ ରେକର୍ଡର ମଧ୍ୟ ଲଗାଯାଇଛି ଯାହା ରେଳ ଚାଳକଙ୍କ ମଧ୍ୟରେ ହେଉଥିବା କଥାବାର୍ତ୍ତାକୁ ରେକର୍ଡ କରିବ.

LEAVE A REPLY

Please enter your comment!
Please enter your name here