ସୋମବାର ଭଦ୍ରକ ଜିଲ୍ଲାରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଜିଲ୍ଲାର ଶିକ୍ଷାନୁଷ୍ଠାନ, ଦୋକାନବଜାର ଓ ବସ ଚଳାଚଲ ବନ୍ଦ ରହିଛି । ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଭଦ୍ରକ ସଂଗ୍ରାମୀ ସେନା ବନ୍ଦ ଡାକରା ଦେଇଛି । ଆଜିର ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ରେଳ ଷ୍ଟେସନରେ କେତେକ ଟ୍ରେନକୁ ମଧ୍ୟ ଅଟକ ରଖାଯାଇଛି । ଭଦ୍ରକ – ଭୁବନେଶ୍ୱର ଡିଏମୟୁ ସହ ଖଡଗପୁର – ଯାଜପୁର ଲୋକାଲ ଟ୍ରେନକୁ ଆନ୍ଦୋଳନକାରୀମାନେ ଅଟକ ରଖିଛନ୍ତି ବନ୍ଦ ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here