ନୋ ଫ୍ରିଲ୍ସ ଏୟାର ଲାଇନ ଏୟାର ଏସିଆ 7 ଡିସେମ୍ବରରୁ ଯାତ୍ରୀମାନଙ୍କ ପାଇଁ ଭୁବନେଶ୍ୱରରୁ ସିଧା ବ୍ୟାଙ୍କକକ୍ ବିମାନସେବା ଯୋଗାଇଦେବ ବୋଲି ଘୋଷଣା କରିଛି. ସୂଚନା ଅନୁସାରେ, ଏହି ସେବା ସପ୍ତାହରେ ତିନିଥର ଅର୍ଥାତ୍ ବୁଧବାର, ଶୁକ୍ରବାର ଓ ରବିବାର ଦିନ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବ. ଏହାକୁ ବାଦ୍ ଦେଲେ ଘରୋଇ ବିମାନ ପ୍ରତ୍ୟେକ ଟ୍ରିପ୍ କୁ 2,999 ଟଙ୍କାରେ ଯାତ୍ରୀମାନଙ୍କୁ ଭେଟି ଦେବ ବୋଲି ଯୋଜନା କରୁଛି. ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆର ପ୍ରବେଶ ଦ୍ୱାର ଭାବେ ପ୍ରତିଷ୍ଠା କରିବାକୁ ଓଡିଶା ଲକ୍ଷ୍ୟ ରଖିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି. ଭୁବନେଶ୍ୱରରୁ ବ୍ୟାଙ୍କକକ୍ ବିମାନ ସେବା ଯାତ୍ରୀ ମାନଙ୍କ ପାଇଁ ଖୁସିର ଲହରୀ ଆଣିଦେଇଛି.

 

LEAVE A REPLY

Please enter your comment!
Please enter your name here