ଦେଶରେ ପେଟ୍ରୋଲ , ଡିଜେଲ ଦର ରେକର୍ଡ ଭାଙ୍ଗିଥିବାବେଳେ ଏବେ ଏଲପିଜି ଦର ବୃଦ୍ଧି ଖାଉଟିଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେବ । ଆଜିଠୁ ବଢିଲା ଘରୋଇ ଏଲପିଜି ସିଲିଣ୍ଡର ଦର । ସିଲିଣ୍ଡର ପିଛା ୨୫ ଟଙ୍କା ୫୦ ପଇସା ଲେଖା ବଢାଇଛନ୍ତି ତୈଳ କମ୍ପାନୀ । ତେବେ ଏହା ଅଣସବସିଡି ରୋଷେଇ ଗ୍ୟାସ କ୍ଷେତ୍ରରେ ଲାଗୁ ହେବ । ଗତ ୬ ମାସ ଭିତରେ ୧୪ କେଜି ଏଲପିଜି ସିଲିଣ୍ଡର ଦାମ ୧୪୦ ଟଙ୍କା ବଢିଲାଣି । ଦର ବଢିବା ପରେ ଅଣସବସିଡି ଏଲପିଜି ସିଲିଣ୍ଡରର ଦାମ ୮୩୪ ଟଙ୍କା ୫୦ ପଇସା ହୋଇଛି । ଦିଲ୍ଲୀ ଏବଂ ମୁମ୍ବାଇରେ ସିଲିଣ୍ଡରର ଦାମ୍ ୮୩୪ ଟଙ୍କା ୫୦ ପଇସା ରହିଛି । ଜୁନ୍‌୧ ଓ ମେ୧ରେ ଏହି ସିଲିଣ୍ଡରର ଦାମ୍ ୮୦୯ ଟଙ୍କା ଥିଲା । ସେହିପରି କୋଲକାତାରେ ଏହାର ଦାମ୍ ୮୩୫ ଟଙ୍କା ୫୦ ପଇସା ରହିଥିବାବେଳେ ଚେନ୍ନାଇରେ ଏହାର ଦାମ୍ ୮୫୦ଟଙ୍କା ୫୦ ପଇସା ରହିଛି । ସେହିପରି କର୍ମସିଆଲ ସିଲିଣ୍ଡର ଦର ମଧ୍ୟ ୮୪ ଟଙ୍କା ବଢାଇଛନ୍ତି ତୈଳ କମ୍ପାନୀ । ତେଲ ଦର ବଢିବାରୁ ପରିବହନ ଦର ମଧ୍ୟ ବଢିଛି । ଖାଦ୍ୟ, ସାମଗ୍ରୀର ଦାମ ସେଥିପାଇଁ ବଢୁଛି । ତୈଳ କମ୍ପାନୀମାନେ ବର୍ଷକୁ ୧୨ଟି ସିଲିଣ୍ଡର ଘରପିଛା ଦେଉଛନ୍ତି ।ଏହାପରେ ସିଲିଣ୍ଡର ନେଲେ ଅଣ ସବସିଡି ସିଲିଣ୍ଡର ନେବାକୁ ହେବ ।

LEAVE A REPLY

Please enter your comment!
Please enter your name here