ଏବେ ଟଙ୍କା କାଢିଲେ ମଧ୍ୟ ଦେବାକୁ ପଡିପାରେ ଟିକସ । ବର୍ଷକୁ ୧୦ ଲକ୍ଷ କିମ୍ବା ତାଠାରୁ ଅଧିକ ଟଙ୍କା ବ୍ୟାଙ୍କରୁ କାଢିଲେ ଟିକସ ଦେବାକୁ ପଡିବ । ଏପରି ନିୟମ କରିବାକୁ ଯାଉଛନ୍ତି ମୋଦି ସରକାର । କୌଣସି ଗ୍ରାହକ ଯଦି ବର୍ଷକୁ ୧୦ ଲକ୍ଷ ଟଙ୍କା କିମ୍ବା ତାଠୁ ଅଧିକ ଟଙ୍କା ନଗଦ ଆକାରରେ କାଢିଲେ ଟିକସ ଦେବାକୁ ପଡିବ । ତାସହିତ ବଡ ଧରଣର କାରବାର କଲେ ଆଧାର କାର୍ଡ ଦେଖାଇବାକୁ ପଡିବ । ତେବେ କ୍ୟାସ କାରବାରକୁ କମ କରି ଅନଲାଇନ କାରବାରକୁ ପ୍ରୋସôାହିତ କରିବାକୁ କଳାଧନ ରୋକିବାକୁ ଏପରି ନିୟମ କରାଯାଉଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here