କିଛିଦିନ ପୂର୍ବେ ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କ ପାଇଁ କିଛି ନୂଆ ଫିଚର ଆଣିଥିଲା. ମାତ୍ର ବର୍ତ୍ତମାନ ଏଥିରେ କିଛି ପରିବର୍ତ୍ତନ ହେବାକୁ ଯାଉଛି. ଯଦି ଆପଣ ବି ଅଫିସିଆଲି କିମ୍ବା ନନ୍ ଅଫିସିଆଲି ହ୍ୱାଟସ ଆପ୍ ବ୍ୟବହାର କରୁଛନ୍ତି ତାହାଲେ ଏହି ଖବର ଆପଣଙ୍କୁ ନିହାତି ଭାବର ଝଟକା ଦେଇପାରେ. ଡିସେମ୍ବର 31 ତାରିଖ ପୂର୍ବରୁ ହ୍ୱାଟସ ଆପ୍ କିଛି ପୁରୁଣା ଅପରେଟିଙ୍ଗ ସିଷ୍ଟମ ଉପରେ ନିଜର ସପୋର୍ଟ ସଂପୂର୍ଣ୍ଣରୂପେ ବନ୍ଦ କରିଦେବ. ସୂଚନା ଅନୁସାରେ, ହ୍ୱାଟସ ଆପ୍ ପୁରୁଣା ନୋକିଆ ଫୋନ୍ Nokia S40 ଉପରେ ସପୋର୍ଟ ଦେବା ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି. ସେଥିପାଇଁ ଯେଉଁ ବ୍ୟବହାରକାରୀଙ୍କ ପାଖରେ Nokia S40 ଫୋନ ଅଛି ସେମାନେ ଆଉ ହ୍ୱାଟସ ଆପ୍ ବ୍ୟବହାର କରିପାରିବେ ନାହିଁ. କାରଣ ମେସେଜିଂ ଆପ୍ ହ୍ୱାଟସ ଆପ୍ ଏହି ଅପରେଟିଂ ସିଷ୍ଟମ ପାଇଁ କୌଣସି ଫିଚର ଡେଭେଲଅପ କରିନାହିଁ. Nokia S40 ଫୋନ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଫୋନରେ ହ୍ୱାଟସ ଆପ୍ କେତେବେଳଳେ ବି ବନ୍ଦ ହୋଇପାରେ. ଆଗାମୀ ଦିନରେ ମଧ୍ୟ ଏହି ଫୋନ ଛଡା ଅନ୍ୟ ଫୋନରେ ମଧ୍ୟ ଏହି ସପୋର୍ଟ ବନ୍ଦ ହୋଇଯିବ.

 

LEAVE A REPLY

Please enter your comment!
Please enter your name here