ବିଶ୍ୱର ସବୁଠୁ ଧନୀ ତଥା ନାମୀଦାମୀ ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ୍‌ ବେଜୋସ୍‌ ଗରିବଙ୍କୁ ସାହାଯ୍ୟ କରିବା ପାଇଁ 14 ହଜାର 5ଶହ କୋଟି ଟଙ୍କା ଦାନ କରିବେ ବୋଲି ସ୍ଥିର କରିଛନ୍ତି. ସେ ଗରିବ ଲୋକଙ୍କ ଉପକାର ପାଇଁ ଏକ ଫଣ୍ଡ ଖୋଲିଛନ୍ତି, ଯାହାଦ୍ୱାରା ବାସହରେଇଥିବା ପରିବାର ଓ ଗରିବ ପିଲାମାନଙ୍କୁ ସାହାଯ୍ୟ ମିଳିପାରିବ.ଏଥିରେ ଦୁଇ ପ୍ରକାର ଫଣ୍ଡ ରହିଛି. ଗୋଟିଏ ଫ୍ୟାମିଲି ଫଣ୍ଡ ଓ ଅନ୍ୟଟି ଏକାଡେମିକ୍ ଫଣ୍ଡ. ଏହାକୁ  ନିଜେ ବେଜୋସ୍‌ ଟୁଇଟ୍‌ ମାଧ୍ୟମରେ ଜଣାଇଛନ୍ତି.ଏଥିରେ ଥିବା ଫ୍ୟାମିଲି ଫଣ୍ଡ ଦ୍ୱାରା ସାମାଜିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ସାମାଜିକ କର୍ମୀ, ସଂସ୍ଥା ଓ ସଙ୍ଗଠନ ଗୁଡିକୁ ବାର୍ଷିକ ପୁରସ୍କାର ଦିଆଯିବ ଏବଂ ଏକାଡେମିକ୍ ଫଣ୍ଡ ଦ୍ୱାରା  ଏକ ବଡ ଧରଣର ପ୍ରି-ସ୍କୁଲ ନେଟୱାର୍କ ଗଠନ କରାଯିବ.

LEAVE A REPLY

Please enter your comment!
Please enter your name here