ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ବନ୍ଧା ହୋଇଥିବା ରାଜ କୁନ୍ଦ୍ରାଙ୍କ ଠାରୁ ଅଲଗା ହେବେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସେ ଆଉ ତାଙ୍କ ଘରେ ରହିବେ ନାହିଁ । ଶିଳ୍ପା ରାଜଙ୍କ ଘର ଛାଡିଦେବେ । ଦୁଇ ପୁଅ-ଝିଅଙ୍କ ସହ ମିଶି ଶିଳ୍ପା ଅଲଗା ରହିବେ । ଏନେଇ ବି-ଟାଉନରେ ଚର୍ଚ୍ଚା ଜୋର ଧରିଲାଣି । ଶିଳ୍ପା ଏବେ ରାଜଙ୍କ ହାତ ଛାଡିବାକୁ ଚାହୁଁଛନ୍ତି । ଶିଳ୍ପାଙ୍କର ଜଣେ ଘନିଷ୍ଠ ବନ୍ଧୁ ଏହି ଖୁଲାସା କରିଛନ୍ତି । କହିଛନ୍ତି, ରାଜ କୁନ୍ଦ୍ରାଙ୍କ ଅଡୁଆ ଦିନକୁ ଦିନ ବଢିଚାଲିଛି । ରାଜ ଯେଉଁ ଇନକମ କରୁଥିଲେ ତାହା ଏହି ଅଶ୍ଳୀଳ ଫିଲ୍ମରୁ ଆସୁଥିଲା । ଏକଥା ଶିଳ୍ପା ଜାଣିନଥିଲେ । ଏବେ ଶିଳ୍ପା ନିଜ ପିଲାଙ୍କୁ ଏସବୁରୁ ଦୂରେଇ ରଖିବାକୁ ଚାହୁଁଛନ୍ତି । ରିଆଲିଟି ସୋ’ରୁ ଯେତିକି ଶିଳ୍ପା ଇନକମ କରୁଛନ୍ତି ସେହି ଟଙ୍କାରେ ପିଲାଙ୍କୁ ପୋଷିବେ । ଏବଂ ଅନେକ ଫିଲ୍ମରେ କାମ କରିବାକୁ ଚେଷ୍ଟା କରିବେ ବୋଲି ଶିଳ୍ପାଙ୍କ ବନ୍ଧୁ କହିଛନ୍ତି । କିନ୍ତୁ ଏହି କଥାରେ ଶିଳ୍ପାଙ୍କ ପ୍ରତିକ୍ରୀୟା ମିଳିପାରିନାହିଁ ।
ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ରାଜ କୁନ୍ଦ୍ରା ଗିରଫ ହୋଇଛନ୍ତି । ତାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଜ ଗିରଫ କରିଛି । ବର୍ତ୍ତମାନ ସେ ଜେଲରେ ଅଛନ୍ତି । ଏପଟେ ରାଜଙ୍କ ପାଇଁ ଶିଳ୍ପା ମଧ୍ୟ ପୋଲିସ ଜେରାର ସମ୍ମୁଖୀନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here