ବଲିଉଡ ବୋଲ୍ଡ କୁଇନ ସନ୍ନି ଲିଓନଙ୍କୁ ଏବେ ସାଧାରଣ ଲୋକ ଦେଖିପାରିବେ ଦିଲ୍ଲୀରେ । କାହିଁକି ନା ଦିଲ୍ଲୀସ୍ଥିତ ମାଡାମ ତୁଷାଡ୍ସ ମ୍ୟୁଜିଅମରେ ମଙ୍ଗଳବାର ଠାରୁ ସ୍ଥାନିତ ହୋଇଛି ପର୍ଣ୍ଣଷ୍ଟାର ସନ୍ନି ଲିଓନଙ୍କ ମହମ ପ୍ରତିମୂର୍ତ୍ତି । ଚଳିତ ବର୍ଷ ଜାନୁଆରୀରେ ସନ୍ନି ଏହି ମୂର୍ତ୍ତି ପାଇଁ ଲଣ୍ଡନରୁ ଆସିଥିବା ବିଶେଷଜ୍ଞମାନଙ୍କୁ ପ୍ରାୟ ୨ଶହ ଥର ମାପ ଦେଇଥିଲେ । ଏବେ ଏହା ସମ୍ପୂର୍ଣ୍ଣ ହୋଇଛି । ମ୍ୟୁଜିଅମରେ ସନ୍ନିଙ୍କ ପ୍ରତିମୂର୍ତ୍ତି ଦେଖିବାକୁ କାଉଣ୍ଟର ବୁକିଂ କଲେ ବୟସ୍କମାନଙ୍କୁ ୯୬୦ ଟଙ୍କା ଦେବାକୁ ପଡିବ । ସେହିପରି ପିଲାମାନଙ୍କ ପାଇଁ ଏହାର ଦାମ ରହିଛି ପାଖାପାଖି ୭ ଶହ ଟଙ୍କା । ଅନଲାଇନରେ ବୁକିଂ କଲେ ଶହେ ଟଙ୍କା କମ ପଡିବ । ଏହି ମ୍ୟୁଜିଅମ ସକାଳ ୧୦ଟାରୁ ସଂନ୍ଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଖୋଲା ରହୁଛି । କେବଳ ସନ୍ନି ନୁହେଁ ଏଠି କ୍ୟାଟ୍ରିନା କୈଫ, ମାଧୁରୀ ଦିକ୍ଷିତ, ସଲମାନ ଖାଁ, ରଣବୀର କପୁର, ଆଶା ଭୋସଲେ, ପୂର୍ବତନ କ୍ରୀକେଟର ସଚ୍ଚିନ ତେନ୍ଦୁଲକର, ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ପ୍ରତିମୂର୍ତ୍ତି ମଧ୍ୟ ସ୍ଥାନିତ ହୋଇଛି ।

LEAVE A REPLY

Please enter your comment!
Please enter your name here