ରିଲିଜ ହୋଇଛି ସୋହମ ଶାହଙ୍କ ଭୟ ଓ ରହସ୍ୟମୟ ଫିଲ୍ମ ‘ଟୁମ୍ବାଡ୍’ ର ଟିଜର. ଟିଜର ରିଲିଜ ହେବା ପରେ ଏହାର ବେଶ ପ୍ରଶଂସା କରିଛନ୍ତି ବଲିଓଡ୍ ର ନାମିଦାମୀ ନିର୍ଦ୍ଦେଶକମାନେ । ‘ସିପ୍ ଅଫ୍ ଥିସିୟସ୍’ ରୁ ବେଶ ନାଁ କମେଇଥିବା ସୋହମ ଶାହ ଏମିତି ଏକ ଫିଲ୍ମ ଆଣିବାକୁ ଯାଉଛନ୍ତି ଯାହାର ଟିଜରକୁ ବେଶ ବାଃ ବାଃ ମିଳିଛି ରାଜକୁମାର ହିରାନି, ଅନୁରାଗ କଶୈପ ଓ ଆନନ୍ଦ ରାୟଙ୍କ ଭଳି ନିର୍ଦ୍ଦେଶକଙ୍କ ଠାରୁ । ପୂର୍ବରୁ ଭିଜୁଆଲି ଏଭଳି ରହସ୍ୟମୟ ଫିଲ୍ମ ଦେଖିନଥିବା କହିଛନ୍ତି ହିରାନି । ନିଜ ଟ୍ୱିଟରରେ ଏହାର ଟିଜର ସେୟାର କରି ଏହାକୁ ଏକ ଗେମ୍ ଚେଞ୍ଜର ଫିଲ୍ମ କହିଛନ୍ତି ଅନୁରାଗ ।

ଏହାର କାହାଣୀ 1920 ମସିହାର ସମୟର ପୁନେରେ ଘଟିଥିବା ଏକ ଘଟଣା ଉପରେ ଆଧାରିତ । ଫିଲ୍ମ 12 ଅକ୍ଟୋବର କୁ ରିଲିଜ ହେବ ।

ଫିଲ୍ମର ଟିଜର ଏଭଳି ହୋଇଛି ଯେ ଫିଲ୍ମକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ବେଶ ଉତ୍କଣ୍ଠା ଦେଖାଦେଇଛି ।

 

 

 

 

LEAVE A REPLY

Please enter your comment!
Please enter your name here