ବଲିଉଡ ପ୍ରଯୋଜକ ତଥା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ କରାଯାଇଥିବା ଅପକମିଂ ଫିଲ୍ମ ‘ଜଲେବି’ର ନ୍ୟୁ ପୋଷ୍ଟର ରିଲିଜ ହୋଇଛି । ଏହି ଫିଲ୍ମର ପୋଷ୍ଟର ଦେଖି ଏବେଠୁ ଦିୱାନା ହେଲେଣି ଦର୍ଶକେ । ଏହି ପୋଷ୍ଟରରେ ‘ମେରେ ଡାଡ କି ମାରୁତି’ ଫେମ୍ ରିଆ ଚକ୍ରବର୍ତ୍ତି ଟ୍ରେନର ଝରକା ବାହାରକୁ ଝୁଲି ପଡିଥିବା ବେଳେ ଡେବ୍ୟୁଟାଣ୍ଟ ବରୁଣ ମିତ୍ର ତାଙ୍କୁ କିସ୍ ଦେଉଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ମହେଶ ଭଟ୍ଟ ଏହି ପୋଷ୍ଟର ରିଲିଜ କରିବା ସହ ସେ ଲେଖିଛନ୍ତି, ବର୍ତ୍ତମାନ ସମୟରେ ପୁରୁଣା କାହାଣୀର ଅନ୍ତ ହେଉଥିବାବେଳେ ପରଦାକୁ ଆସିବ ‘ଜଲେବି’ ଭଳି କିଛି ନୂଆ କାହାଣୀ । ଅକ୍ଟୋବରରେ ଏହା ପରଦାକୁ ଆସିବାକୁ ଥିବାବେଳେ ଏବେ ଏହାର ନୂଆ ପୋଷ୍ଟର ୟଙ୍ଗ ଅଡିଅନ୍ସଙ୍କୁ ଏକ ପ୍ରକାର ଟାର୍ଗେଟ କରିଛି କହିଲେ କିଛି ଭୁଲ ହେବ ନାହିଁ ।

LEAVE A REPLY

Please enter your comment!
Please enter your name here