ଓଡିଆ ହିରୋଇନଙ୍କୁ ନିର୍ଦ୍ଦେଶକଙ୍କ ନିର୍ଯ୍ୟାତନା ଅଭିଯୋଗ. ଅଭିଯୋଗ ହୋଇଛି, ହୋଟେଲ ରୁମ୍ ରେ. ସର୍ବସମ୍ମୁଖରେ ବର୍ଷିଛନ୍ତି ଅଣଓଡିଆ ଅଭିନେତ୍ରୀ ଏଲସା. ନିର୍ଦ୍ଦେଶକ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଏଲସା. ଗୁରୁବାର ଫିଲ୍ମର ଅଡିଓ ରିଲିଜ ବେଳେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ଉପରେ  ଖୁବ୍ ବର୍ଷିଛନ୍ତି ଏଲସା. କୌଣସି କାରଣକୁ ନେଇ ଅଚାନକ ଏଲସା ଦିଲ୍ଲୀପ ପଣ୍ଡାଙ୍କ ଉପରେ ବର୍ଷିବାକୁ ଲାଗିଥିଲେ. ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି. ଏଲସା ରାଗିଯାଇ କହିଥିଲେ “ସୁଟିଂ ମେଁ ମେରେ ସାଥ୍‌ କ୍ୟା ହୁଆ ବତାଉଁ”. ସେହି ସମୟରେ ଏଲସାଙ୍କ ବାପା ମଧ୍ୟ ସେଠାରେ ଉପସ୍ଥିତ ଥିଲେ. ସୁଟିଂ ସମୟରେ ନିର୍ଦ୍ଦେଶକ ତାଙ୍କ ସହ କ’ଣ କରିଛନ୍ତି ସେ ସବୁ କହିବେ ବୋଲି ସେ ବାରମ୍ବାର ଧମକ ଦେଉଥିଲେ. ‘ତୁମେ ପଶ୍ଚିମବଙ୍ଗରୁ ଅଭିନେତ୍ରୀ ଆଣୁଛ ଆଉ ଦୀର୍ଘଦିନ ଧରି ସେମାନଙ୍କୁ ନିର୍ଯ୍ୟାତନା ଦେଉଛ’ ବୋଲି ଅଭିଯୋଗ କରିଛନ୍ତି ଏହି ଅଭିନେତ୍ରୀ ଜଣକ.

LEAVE A REPLY

Please enter your comment!
Please enter your name here