ଛତିଶଗଡ ବିଧାନସଭା ନିର୍ବାଚନ ୨୦୧୮ର ଦ୍ୱିତୀୟ ପର୍ୟ୍ୟାୟ ଭୋଟ ପୂର୍ବରୁ କଂଗ୍ରେସର ପ୍ରତିଶୃତି । ସମସ୍ତେ ହାତରେ ଗଙ୍ଗାଜଳ ଧରି ଶପଥ କରିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ସରକାର ଆସିବାର ୧୦ ଦିନ ମଧ୍ୟରେ କୃଷକଙ୍କ ଋଣ ଛାଡ କରିବେ । ଏହି ଅବସରରେ ରାଧିକା ଖେଡା ଓ ଜୟବୀର ଶେରଗୀଲ ମଧ୍ୟ ଉପସ୍ଥିତ ଥିଲେ । କିଛି ଦିନ ପୂର୍ବେ ଛତିଶଗଡର ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ କହିଥିଲେ କି,କେନ୍ଦ୍ରର ମୋଦି ସରକାର ଦେଶର ୧୫ ଉଦ୍ୟଗପତିମାନଙ୍କ ୩ .୫୦ ଲକ୍ଷ ଋଣ ଛାଡ କରିଦେଇଛନ୍ତି । ତେବେ ତାଙ୍କୁ ଦେଶର କୃଷକମାନଙ୍କର ମଧ୍ୟ ଋଣ ଛାଡ କରିବା ଦରକାର । ଏହା ସହିତ ରାହୁଲ ଗାନ୍ଧୀ ଛତିଶଗଡ କୃଷକଙ୍କୁ କଥା ଦେଇଥିଲେ କି, ନିର୍ବାଚନ ପରେ କଂଗ୍ରସ ଦଳ ମୁଖ୍ୟମନ୍ତ୍ରୀ ହେବା ପରେ ଦଶ ଦିନ ମଧ୍ୟରେ ଋଣ ଛାଡ କରାଯିବ ।

LEAVE A REPLY

Please enter your comment!
Please enter your name here