ସୋନମ କପୁର, ଅନୀଲ କପୁର ଓ ରାଜକୁମାର ରାଓ ଅଭିନୀତ ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ ବଡ ପରଦାରେ ରିଲିଜ ହୋଇଯାଇଛି. ଫେବୃୟାରୀ 1 ତାରିଖରେ ଏହି ଫିଲ୍ମଟି ପ୍ରେକ୍ଷାଳୟରେ ଦର୍ଶକଙ୍କ ପାଇଁ ମୁକ୍ତିଲାଭ କରିଛି. ତେବେ ପ୍ରଥମ ଦିନରେ ଏହି ଫିଲ୍ଟି ବକ୍ସ ଅଫିସରେ ପାଖାପାଖି 2ରୁ 3 କୋଟି ଟଙ୍କା ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି. ସବୁ ଫିଲ୍ମଠାରୁ ଏହି ଫିଲ୍ମଟି ଟିକେ ଭିନ୍ନ ଧରଣର ହୋଇଥିବା ବେଳେ ୱିକେଣ୍ଡ କଲେକ୍ସନରେ ଦର୍ଶକଙ୍କ ପ୍ରତିକ୍ରିୟା ଏହା ଉପରେ କିଭଳି ରହୁଛି ତାହା ଦେଖିବାକୁ ବାକି ରହିଲା. ଏଥିରେ ସମସ୍ତ କଳାକାର ଜବରଦସ୍ତ ଅଭିନୟ କରିଥିବା ସୂଚନା ମିଳିଛି. ଅନିଲ କପୁରଙ୍କ ହିଟ ସଙ୍ଗ ‘ଏକ ଲଡକୀ କୋ ଦେଖାତୋ ଏସା ଲଗା’ ର ଟାଇଟଲ ଟ୍ରାକ ଉପରେ ଏହି ଫିଲ୍ମର ନାମ କରଣ କରାଯାଇଛି.

 

LEAVE A REPLY

Please enter your comment!
Please enter your name here