ଆଜି ଲୋକପ୍ରିୟ କମେଡି କିଙ୍ଗ୍ କପିଲଙ୍କ ଶର୍ମାଙ୍କ ବିବାହ । ନିଜର ପ୍ରେମିକା ଗିନ୍ନି ଚତରଥଙ୍କୁ ବିବାହ କରିବେ କପିଲ । ପଞ୍ଜାବ ଜଳନ୍ଧରଠାରେ ଉଭୟ ହିନ୍ଦୁ ଏବଂ ଶିଖ୍‌ ପରମ୍ପରାନୁଯାୟୀ ବିବାହ ଅନୁଷ୍ଠିତ ହେବ । ୧୨ ଏବଂ ୧୩ ତାରିଖ ଦୁଇଦିନ ଧରି ବିବାହ କାର୍ଯ୍ୟ ଚାଲିବା ପରେ ୧୪ ତାରିଖରେ ଅମୃତସରରେ କପିଲ ପାର୍ଟି ରଖିଛନ୍ତି । ୨୪ ତାରିଖରେ ବମ୍ବେରେ ଅନ୍ୟ ଏକ ରିସେପ୍ସନ ପାର୍ଟିର ଆୟୋଜନ କରିଛନ୍ତି । ତେବେ ଆଜିର ଏହି ବିବାହ ଉତ୍ସବର ଲାଇଭ ଟେଲିକାଷ୍ଟ ୟୁଟ୍ୟୁବ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ହେବ । ଏହାକୁ କପିଲଙ୍କ ପ୍ରଶଂସକମାନେ ଉପଭୋଗ କରିପାରିବେ। 
ଅନ୍ୟପଟେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକାକଳା ମାଧ୍ୟମରେ କପିଲ-ଗିନ୍ନିଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here