ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ,ଯେବେଠାରୁ ନାନା ପାଟେକର୍ ଙ୍କ ଉପରେ ଆରୋପ ଲଗାଇଛନ୍ତି, ସେବେଠାରୁ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏକ ପ୍ରକାର ଚର୍ଚ୍ଚା ଲାଗିରହିଛି. ତେବେ ଏହି ସମୟରେ ଗୋଟିଏପଟେ ସବୁ କଳାକାର ଏହାକୁ ନେଇ ଚୁପ୍ ରହିଥିବା ବେଳେ ଅନ୍ୟପଟେ ରିଚ୍ଚା ଚଡ୍ଡା, ଫରହାନ୍ ଅକ୍ତର ଓ ସ୍ୱରା ଭାସ୍କର ତନୁଶ୍ରୀଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି. ନାନା ପାଟେକର୍ ଙ୍କ ପରେ ତନୁଶ୍ରୀ ଜଣେ ଫିଲ୍ମ ନିର୍ଦ୍ଦେଶକଙ୍କ ଉପରେ ମଧ୍ୟ ଆରୋପ ଲଗାଇଛନ୍ତି. ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ‘ଚକଲେଟ’ ଫିଲ୍ମର ଏକ ଗୀତର  ସୁଟିଂ ସମୟରେ ତନୁଶ୍ରୀଙ୍କୁ ଡ୍ରେସ୍ ଖୋଲିବା ପାଇଁ କହିଥିବା ସେ କହିଛନ୍ତି. ତନୁଶ୍ରୀ ପାଟେକର୍ ଙ୍କ ଉପରେ ‘horn ok pleasss’ ଗୀତର ସୁଟିଂ ସମୟରେ ତାଙ୍କୁ ଛୁଇିଁଥିବା ସେ ଆରୋପ ଲଗାଇଥିଲେ ଏବଂ ନାନା ତନୁଙ୍କୁ ଜବରଦସ୍ତି ଡ୍ୟାନ୍ସ ଷ୍ଟେପ୍ ଶିଖାଇବାକୁ ଚେଷ୍ଟା କରିଥିଲେ. ଯେତେବେଳେ କି ତନୁ ସେହି ଗୀତର ପାର୍ଟ ନଥିଲେ.

 

 

LEAVE A REPLY

Please enter your comment!
Please enter your name here