ବିଜୁ ଜନତା ଦଳରେ ଆମ୍ ଆଦମୀ ପାର୍ଟିର କିଛି ପ୍ରମୁଖ ନେତା ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଆସି ବିଜେଡିର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଆପ ନେତାମାନେ ଯୋଗ ଦେଇଥିଲେ । ଯୋଗ ଦେଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ଆପ୍ ର ଉପସଭାପତି ଅଜୟ ଦାସ, ସାଧାରଣ ସମ୍ପାଦକ ନନ୍ଦଲାଲ ସିଂ, ଯୁବନେତା ସୁବ୍ରତ କୁମାର ଛାଟୋଇ , ଛାତ୍ର ନେତା ଜ୍ୟୋତି ପ୍ରକାଶ , ମୁଖ୍ୟ ପ୍ରବକ୍ତା ଭରଦ୍ୱାଜ ମିଶ୍ର ପ୍ରମୁଖ । ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଉଥିବା ପଦକ୍ଷେପ ସେମାନଙ୍କୁ ଆକୃଷ୍ଟ କରିଛି ଏବଂ ଭବିଷ୍ୟତରେ ଓଡିଶାର ବିକାଶ କେବଳ ନବୀନଙ୍କ ନେତୃତ୍ୱରେ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here