ବଲିଉଡ ଅଭିନେତା ଗୋବିନ୍ଦା 21 ତାରିଖ ଦିନ ନିଜର 55ତମ ଜନ୍ମଦିନ ପାଳନ କରୁଛନ୍ତି. ଜନ୍ମଦିନରେ ଗୋବିନ୍ଦାଙ୍କୁ ଫ୍ୟାନମାନଙ୍କ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟୁଛି. ଯଦିଓ ବର୍ତ୍ତମାନ ଗୋବିନ୍ଦା ବଲିଉଡରୁ ଦୂରେଇ ରହିଛନ୍ତି, ତଥାପି ସେ 80-90 ଦଶକର ଜଣେ ସୁପରହିଟ ଅଭିନେତା ଭାବରେ ବେଶ୍ ପରିଚିତ. ବଲିଉଡକୁ ଗୋବିନ୍ଦା ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଭେଟି ଦେଇଛନ୍ତି. ତେବେ ତାଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଥିଲା, ଯେଉଁଥିପାଇଁ ସେ ବେଶ ଚର୍ଚ୍ଚାରେ ମଧ୍ୟ ଥିଲେ. ସୂଚନା ଅନୁସାରେ, ଜାନୁୟାରୀ 16 ତାରିଖ 2008 ମସିହାରେ ଏକ ଫିଲ୍ମର ସୁଟିଂ ସମୟରେ ଗୋବିନ୍ଦା ଜଣେ ଫ୍ୟାନକୁ ଏକ ଚାପୁଡା ମାରିଥିଲେ. ଆଉ ସେହି ଘଟଣାକୁ ନେଇ ସେହି ସମୟରେ ବିବାଦ ମଧ୍ୟ ଉପୁଜି ଥିଲା. ରିପୋର୍ଟ ଅନୁସାରେ, ସନ୍ତୋଷ ରାୟ ନାମକ ଏକ ଫ୍ୟାନକୁ ଗୋବିନ୍ଦା ଚାପଡା ମାରିଥିଲେ. ସେହି ସମୟରେ ଗୋବିନ୍ଦା ‘ମନି ହେ ତୋ ହନି’ ଫିଲ୍ମର ସୁଂଟି କରୁଥିଲେ. ଏକ ଇଣ୍ଟରଭ୍ୟୁ ସମୟରେ ଗୋବିନ୍ଦା ସେହି ଫ୍ୟାନକୁ ଚାପୁଡା ଲଗାଇଥିଲେ. ମାତ୍ର ଚାପୁଡା ମାରିବା ପରେ ଗୋବିନ୍ଦା ବିନା କିଛି ସର୍ତ୍ତରେ ସେହି ଫ୍ୟାନଙ୍କୁ କ୍ଷମା ମଧ୍ୟ ମାଗିଥିଲେ.