ଏଣିକି ଆଉ ସୁରକ୍ଷିତ ରହିବନି ଆପଣ କମ୍ପ୍ୟୁଟରରେ ରଖିଥିବା ସମସ୍ତ ତଥ୍ୟ. କାରଣ ମୋଦି ସରକାର ବର୍ତ୍ତମାନ ଏଭଳି ଏକ ଆଦେଶ ଜାରି କରିଛନ୍ତି, ଯେଉଁଥିରେ ଏବେ, ଯେ କୌଣସି କମ୍ପ୍ୟୁଟର ଡାଟା ମଧ୍ୟରେ ସରକାର ଅତି ସହଜରେ ପ୍ରବେଶ କରିପାରିବେ. କମ୍ପ୍ୟୁଟର ଯାଞ୍ଚ କରିବା ପାଇଁ ଗୃହ ମନ୍ତ୍ରାଳୟ ବର୍ତ୍ତମାନ 10ଟି କେନ୍ଦ୍ରୀୟ ଏଜେନ୍ସିକୁ କ୍ଷମତା ପ୍ରଦାନ କରିଛନ୍ତି. ତେବେ ପ୍ରଥମଥର ପାଇଁ ଏଭଳି କ୍ଷମତା ଏଜେନ୍ସିମାନଙ୍କୁ ସରକାର ଦେଇଥିବା ସୂଚନା ମିଳିଛି. କେନ୍ଦ୍ରୀୟ ଗୃହସଚିବ ରାଜୀବ ଗୌୱା ଏ ନେଇ ଗୁରୁବାର ଆଦେଶ ଜାରି କରିଛନ୍ତି. ଅନ୍ୟପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି କଂଗ୍ରେସ. ସରକାରଙ୍କ ଏହି ଆଦେଶ ମୌଳିକ ଅଧିକାର ବିପକ୍ଷରେ ବୋଲି କହିଛନ୍ତି କଂଗ୍ରେସ ନେତା ଆନନ୍ଦ ଶର୍ମା. ତେବେ ଏହି ଏଜେନ୍ସି ମଧ୍ୟରେ ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ, ନାକ୍ରୋଟିକ୍‌ସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ, ଏନ୍‌ଫୋର୍ସମେଣ୍ଟ୍‌ ଡାଇରେକ୍ଟୋରେଟ୍‌, ସେଣ୍ଟ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ୍‌ ଟ୍ୟାକ୍‌ସେସ୍‌, ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍‌ସ୍‌, ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌, ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି, କ୍ୟାବିନେଟ୍‌ ସେକ୍ରେଟାରିଏଟ୍‌ (ର’), ଡାଇରେକ୍ଟୋରେଟ୍‌ ଅଫ୍‌ ସିଗ୍‌ନାଲ୍‌ ଇଣ୍ଟେଲିଜେନ୍‌ସ୍‌ (ଫର୍‌ ସର୍ଭିସ୍‌ ଏରିଆଜ୍‌ ଅଫ୍‌ ଜମ୍ମୁ ଆଣ୍ଡ୍‌ କଶ୍ମୀର, ନର୍ଥ-ଇଷ୍ଟ୍‍ ଆଣ୍ଡ୍‌ ଆସମ ଓନ୍‌ଲି),କମିଶନର ଅଫ୍ ପୋଲିସ୍,(ଦିଲ୍ଲୀ) ଭଳି ଏଜେନ୍ସି ସାମିଲ ରହିଛନ୍ତି.

LEAVE A REPLY

Please enter your comment!
Please enter your name here