ଅଲଗା ହୋଇଗଲେ ବଲିଉଡର ଆମିରଖାନ ଓ ପତ୍ନୀ କିରଣ ରାଓ । ଉଭୟଙ୍କ ଭିତରେ ବିବାହ ବିଚ୍ଛେଦ ହୋଇଛି । ଏନେଇ ଉଭୟ ଘୋଷଣା କରିଛନ୍ତି । ୨୮ ଡିସେମ୍ବର୨୦୦୫ ମସିହାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ଏକ ପୁଅ ରହିଛି । ପୁଅର ଦେଖାଶୁଣା ଉଭୟ କରିବେ ବୋଲି କହିଛନ୍ତି । ପୂର୍ବରୁ ଆମିରଖାନ୍ ପ୍ରଥମ ପତ୍ନୀ ରୀନା ଦତ୍ତଙ୍କୁ ଛାଡପତ୍ର ଦେଇଥିଲେ । କିରଣ-ଆମିର ଦୁହିଁଙ୍କ ଲଭ ଷ୍ଟୋରୀ ଏକ ଫୋନ କଲରୁ ଆରମ୍ଭ ହୋଇଥିଲା । ଫିଲ୍ମ ‘ଲଗାନ’ ସୁଟିଂ ସେଟରେ ଦୁହିଁଙ୍କର ପ୍ରଥମ ଦେଖା ହୋଇଥିଲା । ପରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଭିତରେ ତିକ୍ତତା ଆସିବା ପରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଗତ ୧୫ ବର୍ଷ ଧରି ଉଭୟଙ୍କ ସମ୍ପର୍କ ବେଶ୍ ଖୁସିର ସହ ବିତିଛି । ବିଶ୍ୱାସ, ସମ୍ମାନ, ଭଲପାଇବା ଗତ ୧୫ ଧରି ଚାଲିଥିଲା । ଆଉ ଏନ ନୂଆ ଅଧ୍ୟାୟ ଉଭୟଙ୍କ ଭିତରେ ଆରମ୍ଭ ହେବ । କିନ୍ତୁ ଆଉ ପତି-ପତ୍ନୀ ନୁହଁନ୍ତି । ବଂର ସହଯୋଗୀ ଭାବରେ । ଆମିର-କୀରଣ ଏବେ ସହଯୋଗୀ ଭାବରେ କାମ କରିବେ । ପାନି ଫାଉଣ୍ଡେସନରେ ମିଳିତ ଭାବେ କାମ କରିବେ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here