ଜଗତସିଂହପୁର ଚାନ୍ଦକାପାଟଣା ଗାଁର ଗୋଟିଏ ପରିବାର ସମସ୍ତେ ମୃତ । ବାପା, ମା ଏବଂ ଝିଅଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ଏହି ଗାଁର ଲୋକନାଥ ପାଲ୍ କୌଣସି କାରଣରୁ ନିଜ ସ୍ତ୍ରୀ ଏବଂ ଝିଅକୁ ହାଣି ଦେଇଥିଲା । ପରେ ସେ ନିଜେ ଆତ୍ମହତ୍ୟା କରିଥିଲା । ଘର ଭିତରୁ ଉଦ୍ଧାର ହୋଇଥିଲା ଝିଅ ଏବଂ ବାପାର ମୃତଦେହ । ମା’କୁ କଟକ ମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମା’ କଳ୍ପନାଙ୍କର ମୃତ୍ୟୁ ହୋଇଛି । ପରିବାରର ୩ ଜଣ ଆଖି ବୁଜିଛନ୍ତି । ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ପଡ଼ୋଶୀଙ୍କ କହିବାନୁସାରେ, ଲୋକନାଥ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁନଥିଲେ। ଅନ୍ୟ ପଟେ ତାଙ୍କର ଗୋଟେ ବୋଲି ପୁଅ ଜଣେ ଦଳିତ ସମ୍ପ୍ରଦାୟର ଝିଅକୁ ଭଲପାଇ ଚାରି ବର୍ଷ ହେବ ଘରକୁ ଆସୁନି । ରୋଜଗାର କରିପାରୁନଥିବାରୁ ମାନସିକ ଚାପ ରେ ରହୁଥିଲେ ଲୋକନାଥ।ରୋଜଗାର ନଥିବାରୁ ସ୍ତ୍ରୀ ସହିତ ସବୁବେଳେ ପାଟିତୁଣ୍ଡ ଲାଗିରହୁଥିଲା। ଯାହାକୁ ନେଇ ମାନସିକ ସନ୍ତୁଳନ ହରାଇ ଲୋକନାଥ ଶେଷରେ ସ୍ତ୍ରୀ କଳ୍ପନା ଝିଅ ଲକି କୁ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ। ଆକ୍ରମଣ କରିବା ପରେ ଲୋକନାଥ ଘର ଭିତରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକନାଥଙ୍କ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। କରୋନା ମହାମାରୀ ପାଇଁ ଲକ ଡାଉନ ଓ ସଟ ଡାଉନ ଯୋଗୁ ଲୋକ ମାନେ ଜୀବକା ହରାଇଥିବା ଓ ରୋଜଗାର ନଥିବାରୁ ଏଭଳି ଏକ କରୁଣ ପରିଣତି ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here