ଆରମ୍ଭ ହୋଇଛି ଦୁନିଆର ସବୁଠୁ ପ୍ରତିଷ୍ଠିତ ଫିଲ୍ମ ଆୱାର୍ଡ ସମାରୋହ ଓସ୍କାର. ଏହି ସମାରୋହ ଭାରତ ପାଇଁ ଆଣି ଦେଇଛି ଏକ ବଡ ସଫଳତା. ଉତ୍ତରପ୍ରଦେଶର ହାପୁଡରେ ବାସକରୁଥିବା ଝିଅ ମାନଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ପିରିୟଡ-ଏଣ୍ଡ ଅଫ୍ ସେଣ୍ଟେନ୍ସ’କୁ ବେଷ୍ଟ ଡକ୍ୟୁମେଣ୍ଟାରୀ ଆୱାର୍ଡ ମିଳିଛି. ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ ଷ୍ଟାରକାଷ୍ଟ ହେଉଛନ୍ତି ଭାରତୀୟ. ଏହାଛଡା ଆଜି ବି ସମାଜରେ କିଭଳି ପିରିୟଡ୍ସକୁ ନେଇ ମନରେ ଲାଜ ଓ ଡର ରହିଛି, ତା ଉପରେ ଏହି ଫିଲ୍ମ ନିର୍ମାଣ କରାଯାଇଛି. 25 ମିନିଟ ଥିବା ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଗୁନୀତ ମୋଙ୍ଗା. ଅନ୍ୟପଟେ ବେଷ୍ଟ ଫିଲ୍ମ ଆୱାର୍ଡ ‘ଗ୍ରୀନ ବୁକ’କୁ ମିଳିଥିବା ସୂଚନା ରହିଛି.