ଟିଭିରେ ଆସିଲା , ସୋସିଆଲ ମିଡିଆରେ ପ୍ରଚୁର ମାତ୍ରାରେ ଭାଇରାଲ ହେଲା । ଅଲଗା ହେବେ ଦୁଇ ସ୍ପୋର୍ଟସ ଷ୍ଟାର ସାନିଆ-ସୋଏବ । ସାନିଆ-ସୋଏବଙ୍କ ବିବାହ ବିଚ୍ଛେଦକୁ ନେଇ ଅନେକ ଗଣମାଧ୍ୟମ ଅନେକ କଥା ଆଳକନ କଲେ । ଏମିତିକି ଦୁହିଁର ଅନ୍ୟତ୍ର ସମ୍ପର୍କକୁ ନେଇ ଚର୍ଚ୍ଚା ହେଲା । କିନ୍ତୁ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କଲେ ଦୁଇ ଖେଳାଳୀ । ଗୁଜବ ଥିଲା ସାନିଆ-ସୋଏବଙ୍କ ବିବାହ ବିଚ୍ଛେଦ ଖବର । ଏକ ପାକିସ୍ତାନୀ ରିୟାଲିଟି ସୋ ‘ଦି ମିର୍ଜା ମଲ୍ଲିକ’ ପାଇଁ ଚାଲିଥିଲା ଏଭଳି ନାଟକ । ଉଭୟ ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଛି ।
‘ଦି ମିର୍ଜା ମଲ୍ଲିକ’ ସୋର ପୋଷ୍ଟର ରିଲିଜ୍ କରିବା ଅବସରରେ ଏହା ଘୋଷଣା କରାଯାଇଛି । କିଛିଦିନ ଧରି ଟେନିସ ଷ୍ଟାର ସାନିଆ ଓ କ୍ରିକେଟର ସୋଏବ ମଲ୍ଲିକଙ୍କ ମଧ୍ୟରେ ବଚ୍ଛେଦ ନେଇ ଖବର ଭାଇରାଲ ହେଉଥିଲା । ଦୁଇ ସ୍ପୋର୍ଟସ ଷ୍ଟାର ୨୦୧୦ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ୨୦୧୮ରେ ସେମାନଙ୍କର ପୁତ୍ର ସନ୍ତାନ ଜନ୍ମଲାଭ କରିଥିଲା ।

LEAVE A REPLY

Please enter your comment!
Please enter your name here