ବଲିଉଡ ଅଭିନେତ୍ରୀ ସାକ୍ଷୀ ତନୱାର ଏକ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଏହି ଶିଶୁ କନ୍ୟାର ନା ରଖିଛନ୍ତି ଦିତ୍ୟା । ଶିଶୁଟିର ବୟସ ମାତ୍ର ୯ ମାସ । ସାକ୍ଷୀ ବିବାହ କରିନାହାଁନ୍ତି ସତ କିନ୍ତୁ ମା’ର ସ୍ନେହକୁ ସେ ଭଲଭାବେ ବୁଝିଛନ୍ତି । ସାକ୍ଷୀ ଭାବପ୍ରବଣ ହୋଇ କହିଛନ୍ତି ଯେ, ନିଜ ପରିବାରର ଆଶୀର୍ବାଦ ଓ ସହଯୋଗରେ ସେ ଶିଶୁଟିକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି । ତେବେ ଏହି ଖୁସି ସେ ସମସ୍ତଙ୍କ ସହିତ ବାଣ୍ଟିବାକୁ ଉତ୍ସୁକ ଅଛନ୍ତି । ଶିଶୁ କନ୍ୟା ପାଇଁ ସେ ନିଜକୁ ବହୁତ ଭାଗ୍ୟବାନ ମନେ କରିଛନ୍ତି । ସାକ୍ଷୀ ପୋଷ୍ୟ କନ୍ୟା ସହିତ ଉଠେଇଥିବା ପ୍ରଥମ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ନିକଟରେ ବ୍ଲକବ୍ଲଷ୍ଟ ଫିଲ୍ମ ଦଙ୍ଗଲରେ ଦମଦାର ଅଭିନୟ କରିଥିଲେ ସାକ୍ଷୀ । ଏହାସହ ଅନେକ ପପୁଲାର ସିରିଏଲରେ ନଜର ଆସିଛନ୍ତି ସାକ୍ଷୀ । ଆଜିକାଲି ସମାଜରେ କନ୍ୟା ସନ୍ତାନକୁ ଅଲୋଡା ଭାବୁଥିବା ବେଳେ ସାକ୍ଷୀଙ୍କର ଏହି ପଦକ୍ଷେପ ପ୍ରଶସଂନୀୟ ।

LEAVE A REPLY

Please enter your comment!
Please enter your name here