ପ୍ରଖ୍ୟାତ ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ବିୟୋଗରେ ସ୍ତବ୍ଧ ସଂପୂର୍ଣ୍ଣ ଚଳଚିତ୍ର ଜଗତ । କଟକସ୍ଥିତ ବାସଭବନରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ହେବ ସୁବାସ କ୍ୟାନ୍ସରରେ ପୀଡିତ ହୋଇ ତାଙ୍କର ଛତ୍ରବଜାର ସ୍ଥିତ ବାସଭାବନରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା ।

ସୁବାସ ରାଉତ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ପ୍ରଯୋଜକ ଥିଲେ । ସେ ‘ସୁନା ପଞ୍ଜୁରୀ, ସନ୍ତାନ, ଭାଗ୍ୟ ହାତେ ଡୋରୀ, ଲକ୍ଷ୍ମଣ ରେଖା ଏବଂ ସିଂହ ବାହିନୀ ଭଳି ବହୁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ‘ସୁନା ପଞ୍ଜୁରୀ’ ଫିଲ୍ମ ତାଙ୍କୁ ଅନେକ ସଫଳତା ଦେଇଥିଲା । କଟକ ବାସଭବନରେ ତାଙ୍କ ଶେଷ ଦର୍ଶନ କରିବା ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ଼ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here