ବଲିଉଡର କିଙ୍ଗ ଖାନ୍ ଶାହାରୁଖ ଏକ ଟେଲିଭିଜନ ସୋର ପ୍ରମୋସନ ପାଇଁ ୮କୋଟି ନେଇଛନ୍ତି । ଏକତା କପୁରଙ୍କ ଟେଲିଭିଜନ ସିରିଏଲ ‘କୌସଟି ଜିନ୍ଦଗି କି’ ପୁଣି ଥରେ ଟେଲିଭିଜନ ପରଦାରେ ଆସିବାକୁ ପ୍ରସ୍ତୁତ ହୋଇସାରିଛି । ଏହାର ପ୍ରମୋସନ ପାଇଁ ଏକତା କିଙ୍ଗ ଖାନକୁ ନେଇଛନ୍ତି । ଏହାର ଏକ ଭିଡିଓ ମଧ୍ୟ ଏବେ ଦେଖିବାକୁ ମିଳିଛି । ଆସନ୍ତା ସପ୍ତାହରେ ‘କୌସଟି ଜିନ୍ଦଗି କି ୨’ ଟେଲିଭିଜନ ପରଦାରେ ପ୍ରସାରିତ ହେବ ବୋଲି ଜଣାପଡିଛି । ଶାହାରୁଖ ଲଗାତାର ୩ଟି ଏପିସୋଡରେ ନଜର ଆସିବେ । ତେବେ ପ୍ରଥମଥର ପ୍ରମୋସନରେ ସେ ଏକତାଙ୍କ ସହ ଏକ ଭିଡିଓ ସୁଟିଂ କରିବାକୁ ୫କୋଟି ଟଙ୍କା ନେଇଛନ୍ତି ବୋଲି ସୁଚନା ରହିଛି ।

LEAVE A REPLY

Please enter your comment!
Please enter your name here